ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ସମ୍ମାନଜନକ ସ୍କଚ୍‌ ସୁସ୍ଥ ଭାରତ ସ୍ୱର୍ଣ୍ଣ ପୁରସ୍କାର

ନୂଆଦିଲ୍ଲୀ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଜାତୀୟ ସ୍ତରରେ ପୁରସ୍କାର। ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର ସମାରୋହରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ସମ୍ମାନଜନକ ସ୍କଚ୍‌ ସୁସ୍ଥ ଭାରତ ସ୍ୱର୍ଣ୍ଣ ପୁରସ୍କାର। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଡ. ପ୍ରମୋଦ କୁମାର ମେହେର୍ଦ୍ଦା, ରାଜ୍ୟ ସ୍ୱାସ୍ଥ୍ୟ ଆସ୍ୟୁରାନ୍‌ସ ଏଜେନ୍‌ସି ସିଇଓ ଶାଳିନୀ ପଣ୍ଡିତ ପୁରସ୍କାର ଗ୍ରହଣ କରିଛନ୍ତି। ଗରିବଙ୍କୁ ମାଗଣା ଚିକିତ୍ସା ସୁବିଧା ଓ ସ୍ୱାସ୍ଥ୍ୟ ବୀମା ପ୍ରଦାନ ପାଇଁ ରାଜ୍ୟ ସରକାର ୨୦୧୮ ଅଗଷ୍ଟ ୧୫ ତାରିଖରୁ ସାରା ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.