Below header

ଡିସେମ୍ବର ୧୫ ପର୍ଯ୍ୟନ୍ତ ଘୁଞ୍ଚିଲା ଫାସ୍‌ଟାଗ୍‌ ବାଧ୍ୟତାମୂଳକ, ଆସନ୍ତାକାଲିଠୁ ସାରା ଦେଶରେ ହୋଇଥାନ୍ତା ଲାଗୁ

ଡିସେମ୍ବର ୧୫ ପର୍ଯ୍ୟନ୍ତ ଘୁଞ୍ଚିଲା ଫାସ୍‌ଟାଗ୍‌ ବାଧ୍ୟତାମୂଳକ । ଆସନ୍ତାକାଲିଠୁ ସାରା ଦେଶରେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ହେଲେ ଡିସେମ୍ବର ୧୫ ସୁଦ୍ଧା କୌଣସି ଗାଡି ମାଲିକ ଫାସ୍‌ଟାଗ୍‌ ବ୍ୟବସ୍ଥା ଗ୍ରହଣ କରିନଥିଲେ ଟୋଲ୍‌ ଗେଟ୍‌ରେ ଦୁଇ ଗୁଣା ଅର୍ଥ ଦେବାକୁ ହେବ । ଏହି ବ୍ୟବସ୍ଥା ଲାଗୁ ହେବା ଦ୍ୱାରା ଆଉ ଟୋଲ୍‌ ଗେଟ୍‌ ଆଗରେ ଫି ଦେବାକୁ ଲାଇନରେ ଠିଆ ହେବାକୁ ପଡ଼ିବନି । FASTags ଏକ ଷ୍ଟିକର, ଯେଉଁଥିରେ ରେଡିଓ ଫ୍ରିକ୍ୱେନ୍‌ସି ଆଇଡେଣ୍ଟିଫିକେସନ ଟେକ୍ନୋଲୋଜି ରହିଛି । ଯେଉଁଥିରେ ଟୋଲ ପେମେଣ୍ଟ କରି ହେବ । ବିଭିନ୍ନ ବ୍ୟାଙ୍କ ଶାଖା କିମ୍ବା ଅନ୍‌ ଲାଇନ୍‌ ସର୍ଭିସ ଦେଉଥିବା ବ୍ୟାଙ୍କରୁ FASTags କିଣିହେବ । SBI, HDFC, ICICI, Bank of Baroda, Axis, City Union Bank, ଏପରି ୨୨ଟି ବ୍ୟାଙ୍କରୁ FASTags କିଣାଯାଇ ପାରିବ । ପେଟିଏମ୍‌, ଆମାଜନ ଭଳି ଇ-କମର୍ସ ସାଇଟ୍‌ରୁ ମଧ୍ୟ ଫାସଟ୍ୟାଗ ହାସଲ କରି ହେବ। ‘My FASTag’ ଆପ୍‌ ମଧ୍ୟ ରହିଛି । ଫାସଟ୍ୟାଗ୍‌ ପାଇଁ ଚାର୍ଜ ରହିବ ଶହେ ଟଙ୍କା। ୨୦୦ ଟଙ୍କା ରିଫଣ୍ଡେବଲ ଡିପୋଜିଟ୍‌ କରିବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.