ବାଇକ୍‌ ମୁହାଁମହିଁ ଧକ୍କା, ୨ ମୃତ ଓ ୩ ଗୁରୁତର ଆହତ

ଗଞ୍ଜାମ (କେନ୍ୟୁଜ୍) : ଗାଙ୍ଗପୁର ଥାନା ଅନ୍ତର୍ଗତ ବୁଢାକେନ୍ଦୁ ରାସ୍ତାରେ ଦୁର୍ଘଟଣା । ୨ଟି ବାଇକ୍‌ ମୁହାଁମହିଁ ଧକ୍କାରେ ୫ଜଣ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଗୋବରା ମେଡିକାଲରେ ଭର୍ତ୍ତି କରିଥିଲେ । ସେଥିମଧ୍ୟରୁ ଡାକ୍ତର ୨ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ହେଲେ ଲୁଣି ପଡା ଗାଁର ପବିତ୍ର ଗୌଡ ଓ ଚନ୍ଦନ ଭୂୟାଁ । ଗାଙ୍ଗପୁର ପୋଲିସ ୨ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.