ମଦୁଆ କାର୍ ଚାଳକ ରାସ୍ତା ମଝିରେ ହେଲେ ହଟହଟ୍ଟା, ବାଇକକୁ ଓଭରଟେକ କରିବାରୁ ଚାବି ଛଡ଼ାଇନେଲେ ଲୁଟେରା

କେନ୍ୟୁଜ୍(ବ୍ୟୁରୋ): ଅନୁଗୁଳ ଜିଲ୍ଲାରୁ ଜଣେ ପାସେଞ୍ଜେରଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଛାଡି ପୁଣି ଅନୁଗୁଳ ଫେରୁଥିବା ବେଳେ କାରରୁ ଚାବି ଚଡାଇ ନେଲେ ଲୁଟେରା। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ପାୱାର ହାଉସ ଛକ ନିକଟରେ ଦୁଇଜଣ ବାଇକ ଆରୋହୀଙ୍କ ଆଗକୁ ସୁଇଫ୍ଟ ଡିଜାୟାର କାରଟି ସାମାନ୍ଯ ଆସିଯାଇଥିଲା।  ଆଗକୁ ଆସିଯିବାରୁ କାରକୁ ଅଟକାଇ ଡ୍ରାଇଭର ଓକିଲ ଦାସକୁ ବାଇକ ଆରୋହୀ ମାନେ ଗାଳି ଗୁଲଜ କରିଥିଲେ ଓ ଏହାପରେ ଜୋର ଜବରଦସ୍ତ ଚାବି ଛଡାଇ ନେଇ କେଉଁଆଡେ ଚାଲିଯାଇଥିଲେ।

ଦୀର୍ଘ ସମୟ ଧରି ରାସ୍ତାରେ ଠିଆ ହୋଇ ରହିବା କାରଣରୁ କିଛି ବ୍ଯକ୍ତି ବିରକ୍ତ ହୋଇ କ୍ଯାପିଟାଲ ଥାନାକୁ ଜଣାଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ଛାନଭିନ କରିଥିଲା। ଶେଷରେ ବ୍ରେକଡାଉନ ସର୍ଭିସର ସହାୟତାରେ କାରଟିକୁ ରାସ୍ତାରୁ ହଟା ଯାଇଥିଲା।  ଘଟଣା ବାବଦରେ ଗାଡି ମାଲିକଙ୍କୁ ଖବର ଦେଇଛି କ୍ଯାପିଟାଲ ଥାନା ପୋଲିସ।  ଡ୍ରାଇଭର ମଦ୍ୟପାନ କରି ଗାଡି ଚଳାଉଥିବା ସ୍ବିକାର କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.