Below header

ଆସନ୍ତାକାଲି ଜୁନିଅର୍‌ କିଙ୍ଗ ଖାନ୍‌ ଆର୍ଯ୍ୟନଙ୍କ ଜାମିନ୍‌ ଆବେଦନ ଶୁଣାଣି

କେନ୍ୟୁଜ୍(ବ୍ୟୁରୋ):  ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଗିରଫ ହୋଇ ଏବେ ଜେଲରେ ଅଛନ୍ତି ଜୁନିଅର୍‌ କିଙ୍ଗ ଖାନ୍‌ । ଆର୍ଥର ରୋଡ୍‌ ଜେଲରେ ଅଛନ୍ତି ଆର୍ଯ୍ୟନ ଖାନ । ଆସନ୍ତାକାଲି ଜାମିନ୍‌ ଆବେଦନ ଶୁଣାଣି ରହିଛି । ମୁମ୍ବାଇର ସ୍ୱତନ୍ତ୍ର NDPS କୋର୍ଟ ବେଲ୍‌ ପିଟିସନର ଶୁଣାଣି କରିବେ । ମୁମ୍ବାଇ ଆର୍ଥର ରୋଡ୍‌ ଜେଲ୍‌ରେ ଆର୍ଯ୍ୟନ୍‌ । ସୋମବାର ତାଙ୍କୁ ବେଲ୍‌ ମିଳିବ କି ନାହିଁ ? ନା ଜେଲରେ ରହିବେ ଜୁନିଅର୍‌ କିଙ୍ଗ୍‌ ଖାନ୍‌ ।

କ୍ରୁଜ୍‌ ଡ୍ରଗ୍ସ ମାମଲାରେ ତଦନ୍ତ ଯେତିକି ବଢୁଛି ସେତିକି ବଢୁଛି ଏନସିବିର ରେଡ୍‌ । ଗିରଫଦାରୀ ବି ବଢୁଛି । ଏଭଳି ସ୍ଥିତିରେ ଆର୍ଯ୍ୟନଙ୍କ ବେଲ୍‌ ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି । ଜାମିନ୍‌ ନ ମିଳିଲେ ଦଶହରାରେ ଶାହାରୁଖଙ୍କ ପୁଅକୁ ଜେଲରେ ରହିବାକୁ ପଡ଼ିପାରେ । ଶାହରୁଖଙ୍କ ଡ୍ରାଇଭରକୁ ସମନ ସହ ଆର୍‌ୟନଙ୍କ ଡ୍ରାଇଭରକୁ ଜେରା କରିଛି ଏନସିବି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.