ହଟ୍‌ ସ୍ପ୍ରିଙ୍ଗ ଫ୍ରିକ୍‌ସନ ପଏଣ୍ଟରେ ଯଦି ଚୀନ୍‌ ସେନା ରହିବ ତେବେ ଭାରତୀୟ ସେନା ବି ରହିବ,ଆଜି ଭାରତ-ଚୀନ କମାଣ୍ଡରସ୍ତରୀୟ ଆଲୋଚନା

କେନ୍ୟୁଜ୍(ବ୍ୟୁରୋ):  ଆଜି ଭାରତ-ଚୀନ କମାଣ୍ଡରସ୍ତରୀୟ ଆଲୋଚନା ହେବ । ଏହା ୧୩ତମ ବୈଠକ ହେବ । ଏଥିରେ ହଟ୍‌ ସ୍ପ୍ରିଙ୍ଗ ଫ୍ରିକ୍‌ସନ ପଏଣ୍ଟରୁ ସୈନ୍ୟ ପ୍ରତ୍ୟାହାର ଉପରେ ଆଲୋଚନା ହେବା ସୂଚନା ରହିଛି । ଚୀନ୍‌ ପାର୍ଶ୍ୱ ମୋଲ୍‌ଡୋରେ ଆଲୋଚନା ହେବ । ଯଦି ଚୀନ୍‌ ସେନା ରହିବ, ଭାରତୀୟ ସେନା ବି ରହିବ । ପୂର୍ବ ଲଦାଖ ଏଲଏସିକୁ ନେଇ ଏଭଳି ମନ୍ତବ୍ୟ ରଖିଛନ୍ତି ସ୍ଥଳ ସେନା ମୁଖ୍ୟ ଜେନେରାଲ ଏମଏମ୍‌ ନର୍ଭାଣେ। ଲଦାଖରେ ପିଏଲଏ ଉପସ୍ଥିତି ରହିଲେ ଭାରତୀୟ ଆର୍ମୀ ବି ଉପସ୍ଥିତ ରହିବ । ଏଥର ଶୀତ ଋତୁରେ ଚୀନ୍‌ ସେନା ଯଦି ପଛକୁ ନହଟେ, ଏଲଓସି ଭଳି ସ୍ଥିତି ହେବ ।

ଚୀନ୍‌ର ସୈନ୍ୟ ମୁତୟନ ଚିନ୍ତାଜନକ । ଭାରତ ତୀକ୍ଷ୍‌ଣ ନଜର ରଖିଛି । ସେମାନେ କିଛି ଦୁଃସାହସ କରିପାରିବେନି ବୋଲି କହିଛନ୍ତି ଜେନେରାଲ ନର୍ଭାଣେ । ଏବେ ବି ଏଲଏସିରେ ଦୁଇ ପକ୍ଷ ୫୦ ରୁ ୬୦ ହଜାର ସୈନ୍ୟ ମୁତୟନ କରିଛନ୍ତି । ଗତ ୧୭ ମାସ ହେଲା ପୂର୍ବ ଲଦାଖରେ ଡ୍ରାଗନ ସହ ମୁହାଁମୁହିଁ ସ୍ଥିତିରେ ରହିଛି ଭାରତ। ଏପର୍ଯ୍ୟନ୍ତ ୧୨ଟି କମାଣ୍ଡରସ୍ତରୀୟ ବୈଠକ ସରିଛି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.