ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ: ବିଜେଡିରୁ ବିଦା ହେଲେ ବିପିନ ଚନ୍ଦ୍ର ପ୍ରଧାନ

ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ । ବିଜେଡିରୁ ବିପିନ ଚନ୍ଦ୍ର ପ୍ରଧାନ ବହିଷ୍କୃତ । ଦିଗପହଣ୍ଡି ଜିଲ୍ଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ । ଦଳ ବିରୋଧୀ କାମ ପାଇଁ ତାଙ୍କୁ ବହିଷ୍କୃତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ବ୍ରହ୍ମପୁର (କେନ୍ୟୁଜ): ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ । ବିଜେଡିରୁ ବିପିନ ଚନ୍ଦ୍ର ପ୍ରଧାନ ବହିଷ୍କୃତ । ଦିଗପହଣ୍ଡି ଜିଲ୍ଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ । ଦଳ ବିରୋଧୀ କାମ ପାଇଁ ତାଙ୍କୁ ବହିଷ୍କୃତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ଦଳ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ବେଳେ ହଙ୍ଗାମା ହୋଇଥିଲା ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ । ଏହି ଘଟଣା ପରେ ବିପିନ ଚନ୍ଦ୍ର ପ୍ରଧାନଙ୍କ ଉପରେ ଦଳ କାର୍ଯ୍ୟାନୁଷ୍ଠାନ ନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.