ମିଡିଆ ରାଇଟ୍ସରୁ ଜବରଦସ୍ତ ଆୟ କରିବ ବିସିସିଆଇ, ଡିଜିଟାଲ ଏବଂ ଟିଭି ରାଇଟ୍ସକୁ ୫,୯୬୬ କୋଟି ଟଙ୍କାରେ କିଣିଛି ଭାଏକମ୍‌-୧୮

ପୁଣି ବିସିସିଆଇକୁ ମିଳିବ ବଡ ଫାଇଦା । ବିସିସିଆଇର ଉଭୟ ଟିଭି ଏବଂ ଡିଜିଟାଲ ରାଇଟ୍ସର ବାଜି ମାରିନେଇଛି ମୁକେଶ ଅମ୍ବାନୀଙ୍କ ଭାଏକମ୍‌ ୧୮ । ୫ ବର୍ଷ ପାଇଁ ୫,୯୬୬ କୋଟି ଟଙ୍କାରେ କିଣିଛି ଭାଏକମ୍‌-୧୮ ।

ଏସିଆ କପରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ଫ୍ୟାନ୍ସ ଚାହିଁଛନ୍ତି । ଏସିଆ କପ୍‌ ପରେ ବିଶ୍ୱକପ ୨୦୨୩ ଆରମ୍ଭ ହେବ । ଭାରତରେ ଖେଳାଯିବାକୁ ଥିବା ବିଶ୍ୱକପ ପାଇଁ ବିସିସିଆଇ ଇଣ୍ଟରନ୍ୟାସନାଲ କ୍ରିକେଟ ମ୍ୟାଚ୍‌ ପ୍ରସାରଣ ପାଇଁ ଟିଭି ଏବଂ ଡିଜିଟାଲ ରାଇଟ୍ସ ଘୋଷଣା କରିଛି । ଯେଉଁଥିରେ ବାଜିମାରିଛି ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଭାଏକମ-୧୮ ।

ନିଲାମୀରେ ଭାଏକମ୍‌ ୧୮ ଆଗାମୀ ପାଞ୍ଚବର୍ଷ(୨୦୨୩-୨୦୨୮) ପର୍ଯ୍ୟନ୍ତ ବିସିସିଆଇର ସମସ୍ତ ଆନ୍ତର୍ଜାତୀୟ ମ୍ୟାଚ୍ ପ୍ରସାରଣ କରିବାର ଅଧିକାର ପାଇଛି। ଟିଭିରେ ଏବେ ଦର୍ଶକମାନେ ସ୍ପୋର୍ଟ ୧୮ ମାଧ୍ୟମରେ ଭାରତର ସମସ୍ତ ଆନ୍ତର୍ଜାତୀୟ ଏବଂ ଘରୋଇ ମ୍ୟାଚ୍ ଦେଖି ପାରିବେ। ସେହିପରି ଓଟିଟି ପ୍ଲାର୍ଟଫର୍ମ ‘ଜିଓ ସିନେମା’ରେ ଦର୍ଶକମାନେ କ୍ରିକେଟ୍ର ମଜା ନେଇ ପାରିବେ।

ଭାଏକମ୍‌-୧୮ ପାଞ୍ଚ ବର୍ଷ ପାଇଁ ୫,୯୬୬ କୋଟି ଟଙ୍କା ବ୍ୟୟରେ ଏହି ଅଧିକାର ପାଇଛି । ଯାହା ଦ୍ୱାରା ବିସିସିଆଇ ପ୍ରତ୍ୟେକ ମ୍ୟାଚ୍ ପାଇଁ ୮୭ କୋଟି ଟଙ୍କା ପାଇବ । ଏହି ନୂଅ ଚୁକ୍ତି ଅନୁଯାୟୀ ଚଳିତ ବର୍ଷ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇ ୨୦୨୮ ମାର୍ଚ୍ଚ ପର୍ଯ୍ୟନ୍ତ ଭାଏକମ୍‌- ୧୮ ମ୍ୟାଚ୍ ପ୍ରସାରଣ କରିବ । ଏହି ସମୟ ମଧ୍ୟରେ ଭାରତ ୮୮ଟି ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବ । ଏଥିରେ ୨୫ ଟେଷ୍ଟ, ୨୭ ଦିନିକିଆ ଏବଂ ୩୬ ଟି୨୦ ମ୍ୟାଚ୍ ରହିବ ।

ଭାଏକମ-୧୮ ପ୍ରତି ଇଣ୍ଟରନ୍ୟାସନାଲ ମ୍ୟାଚ ପାଇଁ ବିସିସିଆଇକୁ ୬୭.୮ କୋଟି ଟଙ୍କା ଦେବ । ଗତବର୍ଷ ଷ୍ଟାର ସ୍ପୋର୍ଟସ ୬୦ କୋଟି ଟଙ୍କା ପ୍ରତି ମ୍ୟାଚକୁ ଦେଇଥିଲା । ଏବେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ବିସିସିଆଇ ବମ୍ପର ରୋଜଗାର କରିବ । ମୋଟ୍‌ ୫୯୬୩ କୋଟି ଡିଲରେ ୩୧୦୧ କୋଟି ଡିଜିଟାଲ ରାଇଟସ୍‌ ଏବଂ ୨୮୬୨ କୋଟି ଟିଭି ରାଇଟସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.