ପ୍ରତ୍ୟୁଷା ବାନାର୍ଜୀଙ୍କୁ ମରିବା ପାଇଁ ବାଧ୍ୟ କରିଥିଲେ ବୟଫ୍ରେଣ୍ଡ୍‌; କୋର୍ଟ ଖାରଜ କଲେ ରାହୁଲ ରାଜ ସିଂଙ୍କ ଦୋଷମୁକ୍ତ ଆବେଦନ

ଟିଭି ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ ଆତ୍ମହତ୍ୟା ମାମଲାରେ ୮ ବର୍ଷ ପରେ ମୁମ୍ବାଇ କୋର୍ଟ ନିଜର ନିଷ୍ପତ୍ତି ଶୁଣାଇଛନ୍ତି। ଏହି ମାମଲାରେ ଅଭିନେତ୍ରୀଙ୍କ ବୟଫ୍ରେଣ୍ଡ ରାହୁଲ ରାଜ ସିଂଙ୍କ ଦୋଷମୁକ୍ତ ଅପିଲ୍‌କୁ କୋର୍ଟ ଖାରଜ କରି ଦେଇଛନ୍ତି।

ଟିଭି ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ ଆତ୍ମହତ୍ୟା ମାମଲାରେ ୮ ବର୍ଷ ପରେ ମୁମ୍ବାଇ କୋର୍ଟ ନିଜର ନିଷ୍ପତ୍ତି ଶୁଣାଇଛନ୍ତି। ଏହି ମାମଲାରେ ଅଭିନେତ୍ରୀଙ୍କ ବୟଫ୍ରେଣ୍ଡ ରାହୁଲ ରାଜ ସିଂଙ୍କ ଦୋଷମୁକ୍ତ ଅପିଲ୍‌କୁ କୋର୍ଟ ଖାରଜ କରି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ବୟଫ୍ରେଣ୍ଡ ରାହୁଲ ରାଜ ସିଂଙ୍କ ନିର୍ଯାତନା ଯୋଗୁ ଅଭିନେତ୍ରୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ରାହୁଲ ଦେଇଥିବା ନିର୍ଯାତନା ପ୍ରତ୍ୟୁଷାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା। ରାହୁଲ, ପ୍ରତ୍ୟୁଷାଙ୍କୁ ମରିବା ପାଇଁ ଉସୁକାଇଥିଲେ।

କୋର୍ଟ ସ୍ପଷ୍ଟ କରି କହିଛନ୍ତି ଯେ ରାହୁଲ ଅଭିନେତ୍ରୀଙ୍କୁ ଶାରୀରିକ, ଭାବନାତ୍ମକ, ଆର୍ଥିକ ନିର୍ଯାତନା ସହିତ ଶୋଷଣ କରୁଥିଲେ, ଯାହାଫଳରେ ଅଭିନେତ୍ରୀ ଡିପ୍ରେସନକୁ ଚାଲିଯାଇଥିଲେ। ଯେତେବେଳେ ପ୍ରତ୍ୟୁଷା ଇମୋସ୍‌ନାଲି ବ୍ରେକ୍‌ଡାଉନ ଦେଇ ଗତି କରୁଥିଲେ, ସେତେବେଳେ ଅଭିଯୁକ୍ତ ବୟଫ୍ରେଣ୍ଡ୍‌ ତାଙ୍କ ସମସ୍ୟାଗୁଡ଼ିକୁ କମ୍‌ କରିବା ପାଇଁ କୌଣସି ସାହାଯ୍ୟ କରି ନ ଥିଲେ। ଏମିତିରେ କଥା ସ୍ପଷ୍ଟ ହେଉଛି ଯେ ରାହୁଲ ସିଂ ଅଭିନେତ୍ରୀଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ।

କହି ରଖୁଛୁ, ଟିଭି ସିରିଏଲ୍‌ ‘ବାଲିକା ବଧୂ’ ମାଧ୍ୟମରେ ଘରେ ଘରେ ପରିଚିତ ହୋଇଥିବା ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ ୨୦୧୬ରେ ନିଜର ମୁମ୍ବାଇସ୍ଥିତ ଘରେ ମୃତ ଅବସ୍ଥାରେ ମିଳିଥିଲେ। ଅଭିନେତ୍ରୀଙ୍କ ମୃତ୍ୟୁ ଖବର ଟିଭି ଇଣ୍ଡଷ୍ଟ୍ରୀ ସହ ତାଙ୍କ ଫ୍ୟାନ୍‌ମାନଙ୍କୁ ବି ଆଶ୍ଚର୍ଯ୍ୟ କରିଦେଇଥିଲା। ଏହି ମାମଲାରେ ଅଭିନେତ୍ରୀଙ୍କ ବୟଫ୍ରେଣ୍ଡ ରାହୁଲ ରାଜ ସିଂଙ୍କ ନାମ ସାମ୍ନାକୁ ଆସିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.