Below header

ଆଜିଠୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ ବିରଜା

ଯାଜପୁର(କେନ୍ଯୁଜ୍): ଆଜିଠୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ ବିରଜା। ଅଗଷ୍ଟ ଅନ୍‌ଲକ୍‌ ଆରମ୍ଭ ହେବା ପରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରେ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିଛି।

କରୋନା କଟକଣା ମାନି ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍ତି। ମନ୍ଦିର ଦୀର୍ଘଦିନ ବନ୍ଦ ରହିବା ଫଳରେ ମାଙ୍କ ଦର୍ଶନ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁ ଆତୁର ହୋଇପଡ଼ିଥିଲେ। ସେବାୟତ ମାନେ ନାନା ଅସୁବିଧାର ମଧ୍ୟ ସମ୍ମୁଖିନ ହୋଇଥିଲେ। ଏନେଇ ବିରଜା ମନ୍ଦିର ସେବାୟତ ମାନେ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଇ ତୁରନ୍ତ ମନ୍ଦିର ଖୋଲିବା ପାଇଁ ଅନୁରୋଧ କରିଥିଲେ। ଅଗଷ୍ଟ ଅନ୍‌ଲକ୍‌ରେ ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କୁ ଦେଇଥିଲେ ରାଜ୍ୟ ସରକାର। ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.