ବୀରମିତ୍ରପୁର ଗଣଦୁଷ୍କର୍ମ ଘଟଣା: ଏସ୍‌ଓଏସ୍‌ ଭିଲେଜରୁ ପୀଡ଼ିତା ନାବାଳିକା ନିଖୋଜ

ରାଉରକେଲା(କେନ୍ୟୁଜ୍):  ବୀରମିତ୍ରପୁର ଗଣଦୁଷ୍କର୍ମରେ ପୀଡ଼ିତା ନାବାଳିକା ନିଖୋଜ । ରାଉରକେଲା ଏସ୍‌ଓଏସ୍‌ ଭିଲେଜରୁ ନାବାଳିକା ନିଖୋଜ ନେଇ ସୂଚନା ମିଳିଛି । ତାଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଛି ଛେଣ୍ଡ୍‌ ଥାନା ପୋଲିସ । ଗତ ଜୁନ୍‌ ମାସରେ ରାଏବଗା ଥାନା ଅଞ୍ଜଳରେ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ନେଇ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ମାଝୀ ଗିରଫ ହେବା ସହ ତାଙ୍କୁ ଚାକିରିରୁ ବରଖାସ୍ତ କରିଥିଲେ ପୋଲିସ ଡିଜି ।

ସେହିପରି ପୀଡ଼ିତାଙ୍କ ଗର୍ଭପାତ କରାଇଥିବା ଅଭିଯୋଗରେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଗିରଫ ହୋଇଥିଲେ । କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଛି । ପୀଡ଼ିତାକୁ ପ୍ରଶାସନ ପକ୍ଷରୁ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ପରାମର୍ଶ କ୍ରମେ ଗତ ଜୁଲାଇ ୧୧ ତାରିଖରୁ ରାଉରକେଲା ଏସ୍‌ଓଏସ୍‌ ଭିଲେଜରେ ରଖାଯାଇଥିଲା । ଅନ୍ୟ ୪ ଅଭିଯୁକ୍ତ ଫେରାର୍‌ ଥିବା ବେଳଳେ ଗତକାଲି ଅପରାହ୍ନରୁ ପୀଡ଼ିତା ନିଖୋଜ ହେବା ଘଟଣାକୁ ନେଇ ଏବେ ରହସ୍ୟ ଘନେଇଛି ।

Leave A Reply

Your email address will not be published.