ସକାଳ ୬ରୁ ଆରମ୍ଭ ହୋଇଛି ଚିଲିକାରେ ପକ୍ଷୀ ଗଣନା, ମୋଟ ୨୧ଟି ଟିମ ନିୟୋଜିତ

ଚିଲିକା (କେନ୍ୟୁଜ): ଚିଲିକାରେ ଚାଲିଛି ପକ୍ଷୀ ଗଣନା । ଏବର୍ଷ ଚିଲିକା ହ୍ରଦରେ କେତେ ପକ୍ଷୀ ଅଛନ୍ତି ତାର ଗଣନା ହେଉଛି । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଗଣନା ମଧ୍ୟାହ୍ନରେ ୧୨ଟାରେ ସରିବ । ଏହି କାର୍ଯ୍ୟରେ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ପକ୍ଷୀ ବିଶାରଦ, ତାଲିମ ପ୍ରାପ୍ତ ସ୍ୱେଚ୍ଛାସେବୀ, ଓୟୁଏଟି ଛାତ୍ରଛାତ୍ରୀ ସମେତ ପକ୍ଷୀ ସୁରକ୍ଷା ସମିତି ସଭ୍ୟ ସାମିଲ ହୋଇଛନ୍ତି ।

ଗଣନା କାର୍ଯ୍ୟରେ ମୋଟ ୨୧ଟି ଟିମ ନିୟୋଜିତ ଅଛନ୍ତି । ପ୍ରତି ଟିମ୍‌ରେ ୭ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ୧୯ଟି ପକ୍ଷୀ ଗଣନାକାରୀ ଦଳ ଚିଲିକା ଜଳ ରାଶିରେ ଓ ୨ଟି ପକ୍ଷୀ ଗଣନାକାରୀ ସ୍ଥଳଭାଗରେ ନିୟୋଜିତ ଅଛନ୍ତି । ଚିହ୍ନଟ କାର୍ଯ୍ୟରେ ମୋଟ ୧୦୧ ଜଣ ନିୟୋଜିତ ଥିବା ଚିଲିକା ବନ୍ୟପ୍ରାଣୀ ବିଭାଗ ଡିଏଫଓ କହିଛନ୍ତି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.