କୋରାପୁଟରେ ୬ଟି ରେଞ୍ଜରେ ପକ୍ଷୀ ଗଣନା: ଗତବର୍ଷ ଅପେକ୍ଷା ଚଳିତବର୍ଷ ୨ଗୁଣା ଅଧିକ ପକ୍ଷୀଙ୍କ ଆଗମନ

କୋରାପୁଟ(କେନ୍ଯୁଜ୍):କୋରାପୁଟରେ ୬ଟି ରେଞ୍ଜରେ ପକ୍ଷୀ ଗଣନା । ୨ ହଜାର ୩୫୧ଟି ପକ୍ଷୀ ଚିହ୍ନଟ । ଗତବର୍ଷ ଅପେକ୍ଷା ଚଳିତବର୍ଷ ୨ଗୁଣା ଅଧିକ ପକ୍ଷୀଙ୍କ ଆଗମନ ହୋଇଛି । ଶୀତଦିନରେ ଜଳଭଣ୍ଡାର ଗୁଡିକୁ ଦେଶ ବିଦେଶର ପକ୍ଷୀ ଆସିଥାନ୍ତି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୨ଗୁଣା ଅଧିକ ପକ୍ଷୀ ଆସିଥିବା ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି ।

କୋଲାବ ଜଳଭଣ୍ଡାର, ମାଛକୁଣ୍ଡ ଜଳଭଣ୍ଡାର, କେଚଲା, ଦାମନଯୋଡି ଆସପଣ୍ଡ, ବାଗାରା, ମାଳି ଡଙ୍ଗରି ରାଣିଗଡ ଆଦି ଫରେଷ୍ଟ ଡିଭିଜନରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । କୋରାପୁଟ ବନାଞ୍ଚଳ ଅଧିନରେ ୬ଟି ରେଞ୍ଜରେ ପକ୍ଷୀ ଗଣନା କରାଯାଇଛି । କାମେରୁନ, ଲାପଇଙ୍ଗ, ରେଡସେଲ ଡକ, ଲିଟିଲ ଏଗ୍ରିଗେଟ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଛି । ଗତବର୍ଷ ମୋଟ ୧ ହଜାର ୨୦୩ଟି ପକ୍ଷୀ ଗଣନା କରାଯାଇଥିବା ବେଳେ ଏବର୍ଷ ତାହା ବଢିଛି ।

ଗତବର୍ଷ ହଂସରାଳୀ ୫୮୩ଟି ଚିହ୍ନଟ ହୋଇଥିବା ବେଳେ ଚଳିତବର୍ଷ ୧ ହଜାର ୩୯୮ଟି ଚିହ୍ନଟ ହୋଇଛି । ଉପଯୁକ୍ତ ଜଳବାୟୁ ଓ ଥଣ୍ଡା ଯୋଗୁଁ ପକ୍ଷୀ ସଂଖ୍ୟା ବଢ଼ିଥିବା କୋରାପୁଟ ବନଖଣ୍ଡ ରେଞ୍ଜର ରୋହିତ କୁମାର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.