ବ୍ରହ୍ମଗିରି ରେଞ୍ଜର ୪ଟି ଜୋନରେ ପକ୍ଷୀ ଗଣନା ଆରମ୍ଭ: ୪ ଟିମ୍‌ରେ ୨୪ ଜଣ ସାମିଲ

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ରେଞ୍ଜର ୪ଟି ଜୋନରେ ପକ୍ଷୀ ଗଣନା ଆରମ୍ଭ । ସକାଳ ୬ଟାରୁ ଗଣନା ଆରମ୍ଭ ହୋଇଛି । ପକ୍ଷୀ ଗଣନା ପାଇଁ ୪ଟିମ୍‌ ଗଠନ କରାଯାଇ ୨୪ ଜଣଙ୍କୁ ନିୟୋଜିତ କରାଯାଇଛି । ଜଣେ ଏସି.ଏଫ, ଜଣେ ରେଞ୍ଜର ଓ ୩ଜଣ ପକ୍ଷୀ ବିଶେଷଜ୍ଞ ଗଣନାରେ ସାମିଲ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ବ୍ରହ୍ମଗିରି ଢାବା ଛକ ଠାରୁ ଗୋଲରା ତଳମାଳ ଅଞ୍ଚଳକୁ ଯାଇଥିବା ଟିମ୍‌ ୪୦ ପ୍ରଜାତିର ପକ୍ଷୀଙ୍କୁ ଠାବ କରିଥିବା ସୂଚନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.