ଭିତରକନିକାରେ ବଢିଲେ ଦେଶୀୟ ପକ୍ଷୀ: ଗତବର୍ଷ ତୁଳନାରେ ୭ହଜାର ୭୯୭ଟି ପକ୍ଷୀ ଆସିଛନ୍ତି

ଭିତରକନିକାରେ ବଢିଲେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା।ଗତବର୍ଷ ୨୪ହଜାର ୬୬୪ ଟି ବସାରୁ ୧ଲକ୍ଷ ୧୬ହଜାର ୭୦ଟି ପକ୍ଷୀ ଗଣନା କରାଯାଇଥିଲା । ଗତବର୍ଷ ତୁଳନାରେ ଚଳିତବର୍ଷ ଭିତରକନିକାରେ ୭ହଜାର ୭୯୭ ଟି ପକ୍ଷୀ ଅଧିକ ଆସିଛନ୍ତି ।

ରାଜନଗର (କେନ୍ୟୁଜ): ଭିତରକନିକାରେ ବଢିଲେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା। ବିଶ୍ଵପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି । ଚଳିତବର୍ଷ ୨୬ହଜାର ୧୧୮ ଟି ବସାରୁ ୧ଲକ୍ଷ ୨୩ହଜାର ୮୬୭ ଟି ପକ୍ଷୀ ଗଣନା କରାଯାଇଛି । ଗତବର୍ଷ ୨୪ହଜାର ୬୬୪ ଟି ବସାରୁ ୧ଲକ୍ଷ ୧୬ହଜାର ୭୦ଟି ପକ୍ଷୀ ଗଣନା କରାଯାଇଥିଲା । ଗତବର୍ଷ ତୁଳନାରେ ଚଳିତବର୍ଷ ଭିତରକନିକାରେ ୭ହଜାର ୭୯୭ ଟି ପକ୍ଷୀ ଅଧିକ ଆସିଛନ୍ତି ।

ଏହି ପକ୍ଷୀ ଗଣନା କାର୍ଯ୍ୟ ଚଳିତମାସ ୩ ତାରିଖ ରୁ ୭ ତାରିଖ ୫ ଦିନ ଧରି କରାଯାଇଥିଲା । ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ୫ ଟି ଟିମ୍ । ପ୍ରତି ଟିମ୍ ରେ ୪ରୁ ଉର୍ଦ୍ଧ ବନ କର୍ମଚାରୀ ଥିଲେ । ପ୍ରତିବର୍ଷ କନିକା ରେଞ୍ଜ ଅଧିନରେ ମଠଆଡିଆ , ଲକ୍ଷ୍ମୀ ପ୍ରସାଦ ଡିଆ , ଦୁର୍ଗାପ୍ରସାଦ ଡିଆରେ ପକ୍ଷୀ ଗଣନା କରାଯାଉଥିବା ବେଳେ ଚଳିତବର୍ଷ ରାଜନଗର ରେଞ୍ଜ ରେ ପ୍ରଥମକରି ଏକମାଣିଆ ବାଲିଡିଆ ଠାରେ ଦେଶୀୟ ପକ୍ଷୀ ମାନଙ୍କ ଗଣନା କରାଯାଇଛି । ଚଳିତବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇ ଥିବାରୁ ପକ୍ଷୀ ପ୍ରେମୀ, ପରିବେଶବିତ୍ ଓ ବନବିଭାଗ ଖୁସି ବ୍ୟକ୍ତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.