ବାଲେଶ୍ୱରରେ ଫୁଟିଲା ଗୁଳି, ଯୁବକ ଗୁରୁତର

ବାଲେଶ୍ଵର ସହରର ଶୋଭାରମପୁରରେ ଗତକାଲି ରାତିରେ ଜଣେ ଯୁବକକୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଆହତ ହୋଇଥିବା ଯୁବକଙ୍କ ନାଁ ବିନୟ କୁମାର।

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ସହରର ଶୋଭାରମପୁରରେ ଗତକାଲି ରାତିରେ ଜଣେ ଯୁବକକୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଆହତ ହୋଇଥିବା ଯୁବକଙ୍କ ନାଁ ବିନୟ କୁମାର। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଥିଲେ। ହେଲେ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଗତକାଲି ଅପରାହ୍ନରେ ସେ ଗାଁର ମଙ୍ଗଳା ଠାକୁରାଣୀ ଗଳିରେ ସେ ଆସୁଥିବା ବେଳେ ଗୁଳିମାଡ଼ ହୋଇଥିଲା। ଗୁଳିଟି ବିନୟର ଡାହାଣ ହାତରେ ବାଜିଛି । ତାଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି। ସହଦେବ ଖୁଣ୍ଟା ଥାନା ଅଧିକାରୀ ଖବର ପାଇ ହସ୍ପିଟାଲରେ ପହଞ୍ଚି ଘଟଣାର ତନାଘନା ଚଳାଇଛନ୍ତି। ପୂର୍ବଶତୃତା ଓ ଦାଦବଟିରୁ ଗୁଳିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.