Below header

ବିର୍ସାମୁଣ୍ଡା ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ହକିର ମଜାନେବେ ଦିବ୍ୟାଙ୍ଗ, ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଗ୍ୟାଲେରୀ

କେନ୍ୟୁଜ୍‌(ବ୍ୟୁରୋ): ବିର୍ସାମୁଣ୍ଡା ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ହକିର ମଜାନେବେ ଦିବ୍ୟାଙ୍ଗ । ଆରାମରେ ବସି ଦେଖିବେ ମ୍ୟାଚ । ଏଥିପାଇଁ ଷ୍ଟାଡିୟମରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଗ୍ୟାଲେରୀର ନିର୍ମାଣ ହୋଇଛି । ଯେଉଁଠି ସେମାନେ ଆରମରେ ବସି ମ୍ୟାଚ ଦେଖି ପାରିବେ । ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ସେଠାରେ ଅନେକ ଆନୁସଙ୍ଗିକ ସୁବିଧା ରହିଛି । ଏପରିକି ଯିବା ଆସିବା ପାଇଁ ସ୍ୱତନ୍ତ୍ର ରାମ୍ପ ନିର୍ମାଣ କରାଯାଇଛି । ଏଣ୍ଟ୍ରିଠୁ ନେଇ ଗ୍ୟାଲେରୀ ପର୍ଯ୍ୟନ୍ତ ବିନା ବାଧାରେ ଯାଇ ପାରିବେ ଦିବ୍ୟାଙ୍ଗ । ଷ୍ଟାଡିୟମର ଯେକୌଣସି ଗେଟ୍‌ରୁ ଦିବ୍ୟାଙ୍ଗ ପ୍ରବେଶ କରିପାରିବେ । ଦିବ୍ୟାଙ୍ଗଙ୍କ ପାଇଁ ଷ୍ଟାଡିୟମରେ ୧୦୦ଟି ସିଟ୍‌ ରହିଛି । ଯେଉଁଠି ସେମାନେ ସୁବିଧାରେ ବସି ମ୍ୟାଚର ମଜା ନେଇ ପାରିବେ । ଷ୍ଟାଡିୟମକୁ ଏପରି ଭାବେ ନିର୍ମାଣ କରାଯାଇଛି ଯେ କାହାକୁ ଭିଜନ ବ୍ଲକ ରହିବ ନାହିଁ । ଯେଉଁଠି ବସିଲେ ବି ମ୍ୟାଚର ପୁରା ମଜା ନେଇ ପାରିବେ ଦର୍ଶକ ।

ଏହାସହ ଷ୍ଟାଡିୟମକୁ ଦୁଇଟି ଭାଗରେ ଭାଗ କରାଯାଇଛି ଲୋୟର ବାଉଲ ଓ ଓପର ବାଉଲ । ଷ୍ଟାଡିୟମର ୧୦୦ ମିଟର ପରିଧି ଭିତରେ ୬ଟି ପାକିଂ ସ୍ଥାନ ରହିଛି । ପାର୍କିଙ୍ଗ ସ୍ଥାନରୁ ଗ୍ୟାଲେରୀ ପର୍ଯ୍ୟନ୍ତ ଯିବାରେ ପେଣ୍ଟିଂର ମଜା ନେଇ ପାରିବେ ଦର୍ଶକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.