ବିଶ୍ୱମ୍ଭର ବିଦ୍ୟାପୀଠର ପ୍ଲାଟିନମ୍‌ ଜୁବୁଲି ଉତ୍ସବ ଉଦ୍‌ଯାପିତ, ଉଜ୍ୱଳ ଭବିଷ୍ୟତ ଏବଂ ଉତ୍ତମ ଚରିତ୍ର ଗଠନ କରିବା ପାଇ ପିଲାଙ୍କୁ ଉତ୍ସାହିତ କଲେ ରାଜ୍ୟପାଳ

ପୁରୀ(କେନ୍ୟୁଜ): ପୁରୀରେ ଥିବା ବିଶ୍ୱମ୍ଭର ବିଦ୍ୟାପୀଠର ପ୍ଲାଟିନମ୍‌ ଜୁବୁଲି ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଗଣେଶୀ ଲାଲ ଯୋଗ ଦେଇ ପୂର୍ବତନ ଶିକ୍ଷକ ଏବଂ ଛାତ୍ରଙ୍କୁ ସମ୍ବର୍ଦ୍ଧନା କରିଥିଲେ। ରାଜ୍ୟପାଳ ନିଜର ଉଦ୍‌ବୋଧନରେ ପିଲାମାନଙ୍କୁ ଉଜ୍ୱଳ ଭବିଷ୍ୟତ ଏବଂ ଉତ୍ତମ ଚରିତ୍ର ଗଠନ କରିବା ପାଇଁ ଉତ୍ସାହିତ କରିଥିଲେ।

lala

ସେହିପରି ଉତ୍ସବରେ ଓଡିଶା ଲୋକ ସେବା କମିଶନର ଚେୟାରମ୍ୟାନ ଡ. ସତ୍ୟଜିତ ମହାନ୍ତି ଯୋଗ ଦେଇ ପିଲାମାନଙ୍କୁ ନିଜ ଲକ୍ଷ୍ୟ ଏବଂ ସ୍ୱପ୍ନକୁ ସାକାର କରିବା ପାଇଁ ଉତ୍ସାହିତ କରିଥିଲେ। ଏହି ଉତ୍ସବରେ ଆଲୁମିନା ଆସୋସିଏସନର ସଭାପତି ଶ୍ରୀ ବାନାମ୍ବର ପାତ୍ର, ଓକିଲ ବିଭୂ ପ୍ରସାଦ ତ୍ରିପାଠୀ, ପୁରୀ ବିଧାୟକ ଜୟନ୍ତୀ କୁମାର ଷଡଙ୍ଗୀ, ପ୍ରଫେସର ହରିହର ହୋତା ପ୍ରମୁଖ ଯୋଗ ଦେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.