୪ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା । ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ ନବୀନ । ସୁବାସ ସିଂଙ୍କୁ ମିଳିଲା ରାଜ୍ୟସଭା ଟିକେଟ୍‌ । ମୁନ୍ନା ଖାଁ ଓ ସୁଜିତ କୁମାର ଯିବେ ରାଜ୍ୟସଭା । ମମତା ମହନ୍ତ ହେବେ BJD ରାଜ୍ୟସଭା ପ୍ରାର୍ଥୀ । ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟ ଉନ୍ନୟନ ପରିଷଦର ଏବେ ଉପଦେଷ୍ଟା ଅଛନ୍ତି କଳାହାଣ୍ଡିର ସୁଜିତ୍‌ କୁମାର । ସେହିପରି ସୁବାସ ସିଂହ ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ଥିଲେ । ମୁନ୍ନା ଖାଁ ପୂର୍ବରୁ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି । ମୟୂରଭଞ୍ଜ ବିଜେଡି ମହିଳା ଶାଖା ଦାୟିତ୍ୱରେ ମମତା ମହନ୍ତ ଥିବା ବେଳେ ରାଜ୍ୟସଭା ପାଇଁ ତାଙ୍କ ନାଁରେ ମୋହର ମାରିଛନ୍ତି ନବୀନ । ପ୍ରାର୍ଥୀ ଚୟନରେ ପଶ୍ଚିମ, ଉପକୂଳ ଓ ଉତ୍ତର ଓଡ଼ିଶା, ମହିଳା ଓ ସଂଖ୍ୟାଲଘୁ ବର୍ଗକୁ ପ୍ରାଧାନ୍ୟ ଦିଆଯାଇଛି । ଅଙ୍କ ଦୃଷ୍ଟିରୁ ବିଜେଡିର ୩ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହେବା ନିଶ୍ଚିତ ହୋଇଯାଇଛି । ତେବେ ଚତୁର୍ଥ ଆସନ ବି ବିଜେଡି ଖାତାକୁ ଯିବାର ବହୁ ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.