ବିଜେପି ନେତାଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ବିଜେପି ନେତାଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି। ବିଜେପିର ପ୍ରାର୍ଥୀମାନେ ସରକାରୀ କର୍ମଚାରୀଙ୍କୁ ଧମକଚମକ ଦେଉଛନ୍ତି।

ଭୁବନେଶ୍ୱର : ବିଜେପି ନେତାଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି। ବିଜେପିର ପ୍ରାର୍ଥୀମାନେ ସରକାରୀ କର୍ମଚାରୀଙ୍କୁ ଧମକଚମକ ଦେଉଛନ୍ତି। ଏହାର ପ୍ରତିବାଦରେ ବିଜେଡି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହୋଇଛନ୍ତି।

ତହସିଲଦାର, ବିଡ଼ିଓ , ଡିଏସପି ଏବଂ ଆଇଆଇସିଙ୍କୁ ଧମକଚମକ ଦେଉଛନ୍ତି ବିଜେପି ନେତା। ବ୍ରହ୍ମପୁର ବିଜେପି ସାଂସଦ ପ୍ରଦୀପ ପାଣିଗ୍ରାହୀ ଖୋଲା ମଞ୍ଚରୁ ସରକାରୀ କର୍ମଚାରୀଙ୍କଙ୍କୁ ଧମକ ଦେଲେ। ମିଶନ ଶକ୍ତି,ଆଶା, ଅଙ୍ଗନୱାଡି କର୍ମୀଙ୍କ ବିରୋଧରେ ବିଜେପି ଅପପ୍ରଚାର କରୁଛି ବୋଲି କହିଛନ୍ତି ସସ୍ମିତ। ଗତକାଲି ରାତିରେ ବିଜେପି ନେତା ପ୍ରଶାନ୍ତ ଜଗଦେବ ଜଙ୍କିଆ ଆଇଆଇସିଙ୍କୁ ଧମକାଇଛନ୍ତି। ମୁକ୍ତ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଇସିଆଇ ଏବଂ ସିଇଓଙ୍କ ଦୃଷ୍ଟି ଆକର୍ଷଣ କରୁଛୁ ବୋଲି କହିଛନ୍ତି ସସ୍ମିତ ପାତ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.