ବିଜେପି ନେତାଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । ବିଜେପି ନେତା, କର୍ମୀ ଓ ପ୍ରାର୍ଥୀ ମାନେ ମହିଳାଙ୍କ ଚରିତ୍ର ସଂହାର କରୁଛନ୍ତି ।

ଭୁବନେଶ୍ୱର : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । ବିଜେପି ନେତା, କର୍ମୀ ଓ ପ୍ରାର୍ଥୀ ମାନେ ମହିଳାଙ୍କ ଚରିତ୍ର ସଂହାର କରୁଛନ୍ତି । ଆଶା ଅଙ୍ଗନୱାଡ଼ି, ମିଶନଶକ୍ତି ମହିଳାଙ୍କ ପରି ତୃଣ ମୂଳ ସ୍ତରରେ କାମ କରୁଥିବା ମହିଳାଙ୍କ ଚରିତ୍ର ସଂହାର କରିବା ସହ ଧମକାଉଛନ୍ତି । ସରକାରୀ ଅଧିକାରୀଙ୍କୁ ବଦଳି କରିବାକୁ ଧମକ ଦିଆଯାଉଛି ।

କେନ୍ଦ୍ରରେ ବିଜେପି ସରକାର ଅଛି । ନିର୍ବାଚନ କମିଶନଙ୍କୁ ଭେଟି ନିର୍ବାଚନ ପରେ ବଦଳି କରିଦେବାକୁ ଧମକ ଦିଆଯାଉଛି । ନିର୍ବାଚନରେ ବିଜେପି ପାଇଁ କାମ କରିବାକୁ ଧମକ ଦିଆଯାଉଛି । ଔଷଧ ବିକଳରେ ତାଟିଆ କାମୁଡ଼ିଲେ କିଛି ହେବ ନାହିଁ । ମହିଳା ମାନେ ସମସ୍ତଙ୍କ ପାଇଁ କାମ କରୁଛନ୍ତି । ତାଙ୍କୁ ସମ୍ମାନ ଦିଅନ୍ତୁ । ଗୁଣ୍ଡାଗର୍ଦ୍ଦିକୁ ମହିଳା ବରଦାସ୍ତ କରିବେନି । ନିର୍ବାଚନରେ ଉଚିତ୍ ଜବାବ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.