ଟ୍ରକ୍ ସହ ଧକ୍କା ପରେ କାର୍ରେ ଲାଗିଲା ଭୟଙ୍କର ନିଆଁ, ଡୋର୍ ଖୋଲି ନ ପାରିବାରୁ ଜୀବନ୍ତ ଜଳିଗଲେ ପରିବାରର ୭ ଜଣ ଲୋକ
ରାଜସ୍ଥାନର ସିକର ଜିଲ୍ଲାରେ ରବିବାର ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏଥିରେ ଏକ ପରିବାରର ୭ ଜଣଙ୍କ ମୃତ୍ୟୁ ହୋଇଛି । ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଓ ଟ୍ରକ ମଧ୍ୟରେ ଭୀଷଣ ଧକ୍କା ପରେ କାର୍ରେ ନିଆଁ ଲାଗିଯାଇଥିଲା ।

ରାଜସ୍ଥାନର ସିକର ଜିଲ୍ଲାରେ ରବିବାର ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏଥିରେ ଏକ ପରିବାରର ୭ ଜଣଙ୍କ ମୃତ୍ୟୁ ହୋଇଛି । ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଓ ଟ୍ରକ ମଧ୍ୟରେ ଭୀଷଣ ଧକ୍କା ପରେ କାର୍ରେ ନିଆଁ ଲାଗିଯାଇଥିଲା । ଫଳରେ କାର୍ରେ ଥିବା ତିନିଜଣ ମହିଳା ଏବଂ ଦୁଇ ଶିଶୁଙ୍କ ସମେତ ୭ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି ।
ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଦୁର୍ଘଟଣା ଆଶୀର୍ବାଦ ପୁଲିଆ ନିକଟରେ ଘଟିଛି । କାର୍ରେ ନିଆଁ ଲାଗିବା କାରଣରୁ ସେଥିରେ ଯାତ୍ରା କରୁଥିବା ସମସ୍ତ ଲୋକଙ୍କ ଦୁଃଖଦ ମୃତ୍ୟୁ ହୋଇଛି । କାରରେ ମୋଟ ୭ ଜଣ ଥିଲେ । ମୃତକଙ୍କ ମଧ୍ୟରେ ତିନିଜଣ ମହିଳା, ଦୁଇ ଶିଶୁ ଏବଂ ଦୁଇ ଜଣ ପୁରୁଷ ଅଛନ୍ତି ।
ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ ଉପଅଧୀକ୍ଷକ (ଫତେହପୁର ସର୍କଲ) ରାମପ୍ରତାପ ବିଷ୍ଣୋଇ କହିଛନ୍ତି ଯେ କାରରେ ଥିବା ୭ ଜଣ ଲୋକ ସାଲାସର ବାଲାଜୀ ମନ୍ଦିରରୁ ବାହାରି ହିସାର ଅଭିମୁଖେ ଯାଉଥିଲେ । ଏହି ସମୟରେ ରାସ୍ତାରେ ଫତେହପୁର କୋତୱାଲି ଥାନା ଅଧୀନ ଆଶୀର୍ବାଦ ପୁଲିଆ ନିକଟରେ କାର୍ଟି ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଟ୍ରକ ସହିତ ଧକ୍କା ହେବା ପରେ କାର୍ରେ ନିଆଁ ଲାଗିଯାଇଥିଲା । ପୋଲିସ କହିଛି ଯେ କାରରେ ଥିବା ଲୋକମାନେ ଉତ୍ତରପ୍ରଦେଶ ମେରଠର ବାସିନ୍ଦା ।
ଅଧିକାରୀଙ୍କ ସୂଚନା ଅନୁଯାୟୀ, ନିଆଁ ଲାଗିବା କାରଣରୁ କାରର ଡୋର୍ ଖୋଲିପାରି ନ ଥିଲା, ଯେଉଁ କାରଣରୁ ସମସ୍ତେ କାର ଭିତରେ ହିଁ ଫସି ଯାଇଥିଲେ । ବାହାରକୁ ବାହାରି ନ ପାରିବାରୁ ୭ ଜଣ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଥିଲେ । ପୋଲିସ କହିଛି ଯେ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ଉଦ୍ୟମ କରାଯାଉଛି । ଏହା ସହିତ ଟ୍ରକ ଏବଂ କାର୍ରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରାଯାଉଛି ।