ସଲମାନ ଖାନ୍ଙ୍କ ଘର ବାହାରେ ଗୁଳିକାଣ୍ଡ : ଦୋଷ ମାନିଲେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଭାଇ
ବିବାର ସକାଳେ ମୁମ୍ବାଇର ସଲମାନ ଖାନଙ୍କ ଘର ବାହାରେ ମୋଟରସାଇକେଲରେ ଯାଉଥିବା ଦୁଇଜଣ ଅଜ୍ଞାତ ବ୍ୟକ୍ତି ଗୁଳି ଚଳାଇଥିଲେ । ଏହା ପରେ ପୋଲିସ ତାଙ୍କ ବାସଭବନରେ ସୁରକ୍ଷାକୁ କଡାକଡି କରିଛି । ପୋଲିସ କହିଛି ଯେ ସକାଳ ପ୍ରାୟ ୫ଟା ସମୟରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଅବସ୍ଥିତ 'ଗାଲାକ୍ସି ଆପାର୍ଟମେଣ୍ଟ' ବାହାରେ ଦୁଇଜଣ ବ୍ୟକ୍ତି ଚାରିଟି ଗୁଳି ଚଳାଇ ପଳାଇ ଯାଇଥିଲେ ।

ଆଜି ସକାଳେ ଭାଇଜାନଙ୍କ ଘରେ ବାହାରେ ଗୁଳିକାଣ୍ଡ ହୋଇଥିବା ଖବର ଆସିଛି । ଏବେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ ବିଷ୍ଣୋଇ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇଥିବା ଦୋଷ ମାନିଛନ୍ତି । ତେବେ ସୂଚନା ଅନୁସାରେ ସେ ନିଜେ ଏହି କାମ କରିଛନ୍ତି ବୋଲି କହିଛନ୍ତି । ଲରେନ୍ସଙ୍କ ଭାଇ ଅନମୋଲ ଏବେ ଆମେରିକାରେ ଉପସ୍ଥିତ ଅଛନ୍ତି । ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସଲମାନଙ୍କ ଘର ବାହାରେ ଗୁଳି ବିନିମୟ କରିଛନ୍ତି ବୋଲି କହିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ ସଲମାନ, ଟ୍ରେଲର ଦେଖାଇବା ପାଇଁ ଆମେ ଏହି ଆଟାକ୍ କରିଛୁ । ଏହା ଆମର ପ୍ରଥମ ଏବଂ ଶେଷ ଚେତାବନୀ ଥିଲା ।
ବାସ୍ତବରେ ରବିବାର ସକାଳେ ମୁମ୍ବାଇର ସଲମାନ ଖାନଙ୍କ ଘର ବାହାରେ ମୋଟରସାଇକେଲରେ ଯାଉଥିବା ଦୁଇଜଣ ଅଜ୍ଞାତ ବ୍ୟକ୍ତି ଗୁଳି ଚଳାଇଥିଲେ । ଏହା ପରେ ପୋଲିସ ତାଙ୍କ ବାସଭବନରେ ସୁରକ୍ଷାକୁ କଡାକଡି କରିଛି । ପୋଲିସ କହିଛି ଯେ ସକାଳ ପ୍ରାୟ ୫ଟା ସମୟରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଅବସ୍ଥିତ ‘ଗାଲାକ୍ସି ଆପାର୍ଟମେଣ୍ଟ’ ବାହାରେ ଦୁଇଜଣ ବ୍ୟକ୍ତି ଚାରିଟି ଗୁଳି ଚଳାଇ ପଳାଇ ଯାଇଥିଲେ । ପୋଲିସ ବର୍ତ୍ତମାନ ଘର ଚାରିପାଖରେ ଥିବା ସିସିଟିଭି ଫୁଟେଜକୁ ଜାଞ୍ଚ କରୁଛି ।
ଅନମୋଲ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, “ଓମ ଜୟ ଶ୍ରୀ ରାମ, ଜୟ ଗୁରୁଜୀ ଜାମ୍ବେଶ୍ୱର, ଜୟ ଗୁରୁ ଦିନାନନ୍ଦ ସରସ୍ୱତୀ, ଜୟ ଭାରତ । ଆମେ ଆରମ ଚାହୁଁ । ଯଦି ଅତ୍ୟାଚାର ବିରୁଦ୍ଧରେ ନିଷ୍ପତ୍ତି ଯୁଦ୍ଧ ମାଧ୍ୟମରେ ନିଆଯାଏ, ତେବେ ଯୁଦ୍ଧ ଠିକ୍ । ସଲମାନ ଖାନ, ଆମେ ତୁମକୁ କେବଳ ଟ୍ରେଲରକୁ ଦେଖାଇବା ପାଇଁ ଏହା କରାଯାଇଛି, ଯାହା ଦ୍ୱାରା ତୁମେ ବୁଝି ପାରିବ, ଆମର ଶକ୍ତିକୁ ପରିକ୍ଷା କରିବ ନାହିଁ ଏହା ହେଉଛି ପ୍ରଥମ ଏବଂ ଶେଷ ଚେତାବନୀ, ଏହା ପରେ ଖାଲି ଘରେ ଗୁଳି ଚାଳନା କରାଯିବ ନାହିଁ ।
ଏହି ପୋଷ୍ଟରେ ଆହୁରି ମଧ୍ୟ କୁହାଯାଇଛି, “ଆପଣ ଦାଉଦ ଇବ୍ରାହିମ ଏବଂ ଛୋଟା ଶକିଲଙ୍କୁ ଭଗବାନ ବୋଲି ମାନୁଛ, କିନ୍ତୁ ଆମକୁ ଅଧିକ କହିବାରର ଅଭ୍ୟାସ ନାହିଁ । ଏହା ସହ ଲରେନ୍ସ ବିଷ୍ଣୋଇ ଗ୍ରୁପ୍, ଗୋଲ୍ଡି ବ୍ରା ଗ୍ରୁପ୍, କାଲା ଜାଥେଡି ଗ୍ରୁପ୍।”
ସୂଚନା ମୁତାବକ, ଗତ ବର୍ଷ ମାର୍ଚ୍ଚରେ ସଲମାନଙ୍କ କାର୍ଯ୍ୟାଳୟକୁ ଏକ ଇମେଲ ଆସିଥିଲା ଯେଉଁଥିରେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଇଥିଲା । ଏହି ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ, ଗୋଲଡି ବ୍ରାର ଏବଂ ଅନ୍ୟ ଜଣେ ବିରୋଧରେ ପୋଲିସ ଏଫଆଇଆର ଦାଖଲ କରିଥିଲା ।
ସୂଚନାଯୋଗ୍ୟ, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଅନେକ ଥର ସଲମାନଙ୍କୁ ହତ୍ୟା ଧମକ ଦେଇଥିଲା । ତେବେ ସଲମାନଙ୍କୁ ଏବେ ଓ୍ଵାଇ ପ୍ଲସ ସୁରକ୍ଷାରେ ରହିଛନ୍ତି । ଇମେଲ ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ, ଗୋଲଡି ବ୍ରାର ଏବଂ ରୋହିତ ଗର୍ଗ ବିରୋଧରେ ଆଇପିସି ଧାରା ୫୦୬(୨), ୧୨୦(ବି) ଏବଂ ୩୪ ଅଧିନରେ ମାମଲା ଦାୟର ହୋଇଛି ।