ବିଜୁ ବାବୁଙ୍କ ୨୭ ତମ ଶ୍ରାଦ୍ଧ ଦିବସ; ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଲେ ବିଜେଡ଼ି ନେତୃବୃନ୍ଦ ଓ କର୍ମୀ

ଶଙ୍ଖ ଭବନରେ ପାଳିତ ହେଲା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ଏ ନେଇ ବିଜୁବାବୁଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବିଜେଡ଼ି ନେତୃବୃନ୍ଦ ଓ କର୍ମୀ । ଏହି ଅବସରରେ ସମସ୍ତ ନେତା ଓ କର୍ମୀମାନେ ବିଜୁବାବୁଙ୍କ ଆଦର୍ଶ ଓ ନୀତିକୁ ବଜାୟ ରଖିବା ପାଇଁ ଶପଥ ପାଠ କରିଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ଶଙ୍ଖ ଭବନରେ ପାଳିତ ହେଲା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ଏ ନେଇ ବିଜୁବାବୁଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବିଜେଡ଼ି ନେତୃବୃନ୍ଦ ଓ କର୍ମୀ । ଏହି ଅବସରରେ ସମସ୍ତ ନେତା ଓ କର୍ମୀମାନେ ବିଜୁବାବୁଙ୍କ ଆଦର୍ଶ ଓ ନୀତିକୁ ବଜାୟ ରଖିବା ପାଇଁ ଶପଥ ପାଠ କରିଛନ୍ତି ।

ବିଜୁବାବୁଙ୍କ ସ୍ୱପ୍ନକୁ ସାକାର କରିବାକୁ ବିଜେଡି ସବୁବେଳେ କାର୍ଯ୍ୟ କରିଆସୁଥିବା ବେଳେ ବର୍ତ୍ତମାନ ନୂଆ ଓଡିଶାକୁ କିଭଳି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଗକୁ ନିଆଯିବ ସେଥିପାଇଁ ସମସ୍ତେ ସଂକଳ୍ପ କରିଛନ୍ତି । ଶଙ୍ଖଭବନଠାରେ ବିଜେଡି ନେତା ଅଶୋକ ପଣ୍ଡା, ସସ୍ମିତ ପାତ୍ର, ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ମୁନ୍ନା ଖାଁ ଓ ଅନେକ ବିଜେଡି ନେତ୍ରୀ ମଧ୍ୟ ଉପସ୍ଥିତ ରହି ବିଜୁବାବୁଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେଡିର ନେତୃବୃନ୍ଦ ସକାଳୁ ସକାଳୁ ବିନ୍ଦୁସାଗରରେ ତିଳତର୍ପଣ କରିଛନ୍ତି ଏହା ସହ ଏୟାରପୋର୍ଟ ଓ ଫରେଷ୍ଟ ପାର୍କଠାରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.