ଭୁବନେଶ୍ୱର ବିମାନ ବନ୍ଦରରୁ ସୁନା ସ୍ମଗଲର ଗିରଫ, ମଳଦ୍ୱାରରେ ଲୁଚାଇ ରଖିଥିଲେ ୧ କେଜି ସୁନା

ଦେହ ଭିତରେ ଲୁଚାଇ ଆଣୁଥିଲେ ସୁନା । ଭୁବନେଶ୍ୱର ବିମାନ ବନ୍ଦରରୁ ସୁନା ସ୍ମଗଲର ଗିରଫ। ଗିରଫ କରିଛି କଷ୍ଟମସ ବିଭାଗ । ଥାଇଲାଣ୍ଡରୁ ଜଣେ ବ୍ୟକ୍ତି ଏହି ସୁନାକୁ ନିଜ ଦେହ ଭିତରେ ଲୁଚାଇ ରଖିଥିଲେ। ତାଙ୍କୁ ଗିରଫ କରି ପଚରା ଉଚୁରା ଚାଲିଛି।

ଭୁବନେଶ୍ୱର (କେନ୍ୟୁଜ): ଦେହ ଭିତରେ ଲୁଚାଇ ଆଣୁଥିଲେ ସୁନା । ଭୁବନେଶ୍ୱର ବିମାନ ବନ୍ଦରରୁ ସୁନା ସ୍ମଗଲର ଗିରଫ। ଗିରଫ କରିଛି କଷ୍ଟମସ ବିଭାଗ । ଥାଇଲାଣ୍ଡରୁ ଜଣେ ବ୍ୟକ୍ତି ଏହି ସୁନାକୁ ନିଜ ଦେହ ଭିତରେ ଲୁଚାଇ ରଖିଥିଲେ। ତାଙ୍କୁ ଗିରଫ କରି ପଚରା ଉଚୁରା ଚାଲିଛି। ଏହି ସୁନା ଭୁବନେଶ୍ବରକୁ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି ।

ବ୍ୟକ୍ତି ଜଣକ ନିଜ ମଳଦ୍ୱାରରେ ଏକ କ୍ୟାପସୁଲ ଭିତରେ ଏହି ସୁନା ଲୁଚାଇ ରଖିଥିଲେ। ଚେକିଂ ବେଳେ ପ୍ରଥମେ କିଛି ଜଣା ପଡ଼ିନଥିଲା। ହେଲେ ତାଙ୍କ ଚାଲିଚଳଣରୁ ସନ୍ଦେହ ହେବାରୁ ତାଙ୍କୁ ଅଟକ ରଖି କଷ୍ଟମସ ଅଧିକାରୀ ତଦନ୍ତ କରିଥିଲେ । ପରେ ତାଙ୍କ ଠାରୁ ପ୍ରାୟ ୧ କେଜିରୁ ଅଧିକ ସୁନା ମିଳିଥିଲା । ଯାହାର ମୂଲ୍ୟ ପ୍ରାୟ ୭୧ ଲକ୍ଷ ଟଙ୍କା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.