ଅପରାହ୍ନ ୧୨ଟାରେ ହେବ ରାମଲଲାଙ୍କ ସୂର୍ଯ୍ୟ ଅଭିଷେକ, ୫୦୦ ବର୍ଷ ପରେ ଅଯୋଧ୍ୟାରେ ପାଳନ କରାଯିବ ରାମ ନବମୀ

ଅଯୋଧ୍ୟର ରାମ ମନ୍ଦିରରେ ୫୦୦ ବର୍ଷ ପରେ ଶୁଭ ମୁହୂର୍ତ୍ତରେ ଆଜି ୧୨ ଟା ୧୬ ମିନିଟ୍‌ରେ ରାମଲଲାଙ୍କ ବିଗ୍ରହରେ ସୂର୍ଯ୍ୟ ଅଭିଷେକ କରାଯିବ । ତେବେ ରାମ ଭକ୍ତମାନଙ୍କ ପାଇଁ ଏହି ଦିନଟି ବିଶେଷ । ଏହି କାରଣରୁ ବହୁ ସଂଖ୍ୟାରେ ଭକ୍ତ ରାମ ମନ୍ଦିରରେ ପହଞ୍ଚିଛନ୍ତି ।

ରାମ ନବମୀ ଅବସରରେ ଅଯୋଧ୍ୟାର ରାମ ମନ୍ଦିରରେ ୫୦୦ ବର୍ଷ ପରେ ଶୁଭ ମୁହୂର୍ତ୍ତରେ ଆଜି ୧୨ ଟା ୧୬ ମିନିଟ୍‌ରେ ରାମଲଲାଙ୍କ ବିଗ୍ରହରେ ସୂର୍ଯ୍ୟ ଅଭିଷେକ କରାଯିବ । ତେବେ ରାମ ଭକ୍ତମାନଙ୍କ ପାଇଁ ଏହି ଦିନଟି ବିଶେଷ । ଏହି କାରଣରୁ ବହୁ ସଂଖ୍ୟାରେ ଭକ୍ତ ରାମ ମନ୍ଦିରରେ ପହଞ୍ଚିଛନ୍ତି । ଏହି ବିଶେଷ ଉତ୍ସବରେ ରାମଲଲାଙ୍କ ଦର୍ଶନ ଅଯୋଧ୍ୟାରେ ସକାଳ ୩:୩୦ରୁ ଆରମ୍ଭ ହୋଇଛି । ଅନୁମାନ କରାଯାଉଛି ଯେ ପ୍ରାୟ ୨୫ ଲକ୍ଷ ଭକ୍ତ ଅଯୋଧ୍ୟାରେ ପହଞ୍ଚିବେ । ଏଥିପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି । ଯେହେତୁ ମଙ୍ଗଳା ଆରତୀ ସକାଳ ୩ଟା ୩୦ମିନିଟ୍‌ରେ ହୋଇଛି, ସେଥିପାଇଁ ଭକ୍ତମାନେ ରାମଲଲାଙ୍କ ଦର୍ଶନ ପାଇବାକୁ ଅପେକ୍ଷା କରିଛନ୍ତି ।

ତେବେ ଶ୍ରୀଙ୍ଗାର ଆରତୀ ସକାଳ ୫ ଟାରେ ହୋଇଥିଲା । ଭକ୍ତମାନେ କ୍ରମାଗତ ଭାବରେ ରାମଲଲାଙ୍କ ଦର୍ଶନ ପାଉଛନ୍ତି, ଭୋଗ ଅର୍ପଣ କରିବା ସମୟରେ କେବଳ କିଛି ସମୟ ପାଇଁ ପରଦା ରଖାଯାଇଥିଲା । ରାମ ନବମୀ ଅବସରରେ ମନ୍ଦିର ରାତି ୧୧ ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହାର ମଝି ମଝିରେ ଭୋଗ ଏବଂ ଆରତୀ ମଧ୍ୟ କରାଯିବ । ଏହା ସହ ଦିନ ୧୨: ୧୬ରେ ରାମଲଲାଙ୍କ ମୂର୍ତ୍ତିରେ ସୂର୍ଯ୍ୟ କିରଣ ପଡିବ ଏବଂ ଅଭିଷେକ ହେବ । ତେବେ ପ୍ରାୟ ୪ ମିନିଟ୍ ପାଇଁ ରାମଲଲାଙ୍କ ମୂର୍ତ୍ତିରେ ସୂର୍ଯ୍ୟ କିରଣ ପଡିବ ଏବଂ ଅଭିଷେକ ହେବ । ଏହି ସମୟ ମଧ୍ୟରେ ଅଯୋଧ୍ୟାରେ ଭକ୍ତମାନଙ୍କୁ ମନ୍ଦର ଭିତରେ ଥିବା ଛବି ଦେଖାଇବା ପାଇଁ ୧୦୦ ଏଲଇଡି ସ୍କ୍ରିନ ଲଗାଯାଇଛି ।

ରାମ ନବମୀ ଅବସରରେ ଅଯୋଧ୍ୟା ଧାମରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅଯୋଧ୍ୟାର ପ୍ରତ୍ୟେକ କୋଣରେ ପୋଲିସ ଏବଂ ପାରା ମିଲିଟାରୀ କର୍ମଚାରୀ ନିୟୋଜିତ ହୋଇଛନ୍ତି । କଡା ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାମଲଲାଙ୍କ ଜନ୍ମ ଉତ୍ସବକୁ ଦେଖିବା ପାଇଁ ପ୍ରାୟ ୨୫ଲକ୍ଷ ଭକ୍ତ ରାମନଗରୀରେ ପହଞ୍ଚିବାର ସମ୍ଭାବନା ରହିଛି । ଭଗବାନ ରାମଲଲାଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ କୌଣସି ଅସୁବିଧାର ସମ୍ମୁଖୀନ ନହେବାକୁ ମଧ୍ୟ ବିଶେଷ ଯତ୍ନ ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.