ନିର୍ବାଚନ ପୂର୍ବରୁ ଝାଡଖଣ୍ଡ ସୀମାନ୍ତରୁ ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣର ସାମଗ୍ରୀ ଜବତ

ରାଉରକେଲା ଝାଡଖଣ୍ଡ ସୀମାନ୍ତ ଗୋଏଲକେରା ଥାନା ଟେନ୍ଟୋ ଜଙ୍ଗଲରେ ଠାବ ହୋଇଛିମାଓ କ୍ୟାମ୍ପ । କୁମ୍ବିଂ ଅପରେସନ ସମୟରେ ଠାବ ହୋଇଛିମାଓ କ୍ୟାମ୍ପ । ଆଗକୁ ନିର୍ବାଚନକୁ ନଜର ରଖି ଝାଡ଼ଖଣ୍ଡ , ରାଉରକେଲା ସହ ସୁନ୍ଦରଗଡ଼ ପୋଲିସ ପୁରା ଆଲର୍ଟରେ ରହିଛି।

ରାଉରକେଲା (କେନ୍ୟୁଜ): ରାଉରକେଲା ଝାଡଖଣ୍ଡ ସୀମାନ୍ତ ଗୋଏଲକେରା ଥାନା ଟେନ୍ଟୋ ଜଙ୍ଗଲରେ ଠାବ ହୋଇଛିମାଓ କ୍ୟାମ୍ପ  । କୁମ୍ବିଂ ଅପରେସନ ସମୟରେ ଠାବ ହୋଇଛିମାଓ କ୍ୟାମ୍ପ । ଆଗକୁ ନିର୍ବାଚନକୁ ନଜର ରଖି ଝାଡ଼ଖଣ୍ଡ , ରାଉରକେଲା ସହ ସୁନ୍ଦରଗଡ଼ ପୋଲିସ ପୁରା ଆଲର୍ଟରେ ରହିଛି । ଝାଡ଼ଖଣ୍ଡ ସୀମାନ୍ତରେ ଚାଇବାସା ପୋଲିସ, କୋବ୍ରା ବାଟାଲିୟନ, ସିଆରପିଏଫ ଓ ଝାଡ଼ଖଣ୍ଡ ଜାଗୁଆର ପକ୍ଷରୁ ମାଓ କ୍ୟାମ୍ପ ଠାବ କରାଯାଇଥିଲା । ଟପ୍ ମାଓ ନେତା ମାନଙ୍କ ମେଳି ସମ୍ପର୍କରେ ସୂଚନା ପାଇ ଟେଣ୍ଟୋ ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ସହ ମାରଣାସ୍ତ୍ର ଜବତ ହୋଇଛି ।  ହେଲେ ପୋଲିସ ଅପରେସନ୍ ପୂର୍ବରୁ ଛତ୍ରଭଙ୍ଗ ଦେଇଥିଲେ ମାଓନେତା ।

ତେବେ ଏହିଚଢାଉରେ ବିପୁଳ ପରିମାଣର ସାମଗ୍ରୀ ଜବତ ହୋଇଛି । ଯେଉଁଥିରେ ବିଷାକ୍ତ ଲେପ ଥିବା ୨୧ଟି ତାର ଅଢ଼େଇ କିଲୋର ଗନ ପାଉଡ଼ର , ପାଞ୍ଚ କିଲୋ ଆମୋନିଆ ନାଇଟ୍ରେଟ ପାଉଡ଼ର , ଗୋଟିଏ କିଲୋ ସଲଫର ପାଉଡ଼ର ସହ ଅନେକ ମାଓ ସାମଗ୍ରୀ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.