ଲାଲବାହିନୀର ବର୍ବରକାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ନାୟବ ସରପଞ୍ଚଙ୍କୁ ହତ୍ୟା

ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ନାୟବ ସରପଞ୍ଚଙ୍କୁ କଲେ ହତ୍ୟା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଫରସଗାଓଁ ରେ ଏହି ଘଟଣା ଘଟିଛି । ପୋଲିସ ଇନଫର୍ମର ସନ୍ଦେହରେ ନାୟବ ସରପଞ୍ଚ ପଞ୍ଚମ ଦାସଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ମାଲକାନଗିରି (କେନ୍ୟୁଜ): ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ନାୟବ ସରପଞ୍ଚଙ୍କୁ କଲେ ହତ୍ୟା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଫରସଗାଓଁ ରେ ଏହି ଘଟଣା ଘଟିଛି । ପୋଲିସ ଇନଫର୍ମର ସନ୍ଦେହରେ ନାୟବ ସରପଞ୍ଚ ପଞ୍ଚମ ଦାସଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ପରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି।

ସୂଚନା ଅନୁସାରେ ଛତିଶଗଡ଼ରେ ବଡ଼ ଧରଣର ନକ୍ସଲ ଏନକାଉଣ୍ଟର ହୋଇଥିଲା। ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ୨୯ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ଏନକାଉଣ୍ଟରରେ ଟପ୍ ମାଓନେତା ଶଙ୍କର ରାଓ ଓ ଲଳିତା ନିହତ ହୋଇଥିଲେ। ଛତିଶଗଡ଼ କାଙ୍କେର ଜିଲ୍ଲା ଛୋଟେବେଠିୟା ଥାନା କଲପର ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଘଟଣା ସ୍ଥଳରୁ ୭ଟି AK-47,୩ଟି LMG ଏବଂ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଥିଲା ପୋଲିସ । ଗୁଳି ବିନିମୟ ବେଳେ ୩ ସୁରକ୍ଷା କର୍ମୀ ଗୁରୁତର ଆହତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.