ଗ୍ରୀଷ୍ମରେ କପଡା ବାହାରେ ଶୁଖାଇବା ଯୋଗୁ ନଷ୍ଟ ହୋଇଯାଉଛି କି ? ଆପଣାନ୍ତୁ ଏହି ୩ଟି ଉପାୟ

ଗ୍ରୀଷ୍ମ ଋତୁରେ ପୋଷାକ ଧୋଇବା ଏବଂ ଶୁଖାଇବା ସମୟରେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତୁ । ଯାହାଫଳରେ ଆପଣଙ୍କ ପୋଷାକ ରଙ୍ଗ ଉଡିବ ନାହିଁ ଏବଂ ନଷ୍ଟ ହେବ ନାହିଁ ।

ବର୍ତ୍ତମାନ ପ୍ରବଳ ଖରା ହେବା ଆରମ୍ଭ କରିଛି, ଯେଉଁ କାରଣରୁ ପୋଷାକର ରଙ୍ଗ ନଷ୍ଟ ହୋଇପାରେ । ଯଦି ଆପଣ ପୋଷାକକୁ ଶୀତଦିନ ପରି ଧୋଇ ଦିନସାରା ଖରାରେ ଶୁଖିଇ ଦେବେ, ତାହେଲେ ସନ୍ଧ୍ୟା ହେବା ସୁଦ୍ଧା ଏହାର ରଙ୍ଗ ନଷ୍ଟ ହୋଇପାରେ । ଏହି କାରଣରୁ ପୋଷାକର ରଙ୍ଗ, ଯେପରି କଳା, ନୀଳ, ଗୋଲାପୀ ଏବଂ ନାଲି ରଙ୍ଗର ପୋଷାକ ରଙ୍ଗ ଅଧିକ ଖରାପ ହୋଇପାରେ । ଏହା ବ୍ୟତୀତ ପୋଷାକରେ ଅନେକ ପ୍ରକାରର କ୍ଷତି ହୋଇପାରେ ଯେପରିକି ଏହା ଖରାପ ହୋଇପାରେ ଏବଂ ଏହାର ଚମକ ନଷ୍ଟ ହୋଇପରେ । ତେଣୁ ଗ୍ରୀଷ୍ମ ଋତୁରେ ପୋଷାକ ଶୁଖିବା ପୂର୍ବରୁ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତୁ । ଯାହାଫଳରେ ଆପଣଙ୍କ ପୋଷାକ ରଙ୍ଗ ଉଡିବ ନାହିଁ ଏବଂ ନଷ୍ଟ ହେବ ନାହିଁ ।

ଗ୍ରୀଷ୍ମ ଋତୁରେ ପୋଷାକ ଧୋଇବା ଏବଂ ଶୁଖାଇବା ସମୟରେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତୁ :
ସନ୍ଧ୍ୟାରେ ପୋଷାକ ଧୋଇ ଦିଅନ୍ତୁ :
ଗ୍ରୀଷ୍ମ ଋତୁରେ ଆପଣ ଦିନରେ ପୋଷାକ ଧୋଇବା ପାଇଁ ଯତ୍ନବାନ ହେବା ଉଚିତ୍ । ଯେପରି ସନ୍ଧ୍ୟାରେ ଆପଣ ପୋଷାକ ଧୋଇ ପାରିବେ । ଏହା କରିବା ଦ୍ୱାରା ପୋଷାକ ରାତିରେ ଏବଂ ସକାଳେ ଶୁଖିଯାଏ,  ଯାହାଫଳରେ ସୂର୍ଯ୍ୟର ପ୍ରଚଣ୍ଡ ଖରାରୁ ମଧ୍ୟ ରକ୍ଷା ପାଇଥାଏ । ଏହିପରି ଆପଣଙ୍କ ପୋଷାକର ରଙ୍ଗ ନଷ୍ଟ ହୋଇନଥାଏ ଏବଂ ସେଗୁଡ଼ିକ ଭଲ ରହିଥାଏ । ତେଣୁ ବର୍ତ୍ତମାନ ପୋଷାକ ଧୋଇବା ସମୟରେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତୁ ।

ପୋଷାକକୁ ଛାଇ ସ୍ଥାନରେ ଶୁଖାନ୍ତୁ :
ପୋଷାକକୁ ଛାଇ ସ୍ଥାନରେ ଶୁଖାନ୍ତୁ । ଏହା କରିବା ଏହାର ରଙ୍ଗ ନଷ୍ଟ ନହେବା ପାଇଁ ସାହାଯ୍ୟ କରେ । ତେଣୁ ଗ୍ରୀଷ୍ମ ଋତୁରେ ପୋଷାକ ଶୁଖାଇବା ବେଳେ ଛାଇ ସ୍ଥାନରେ ଶୁଖାନ୍ତୁ । ଏଥିସହ ମନେରଖନ୍ତୁ ଯେ ଦିନସାରା ପୋଷାକ ଖରାରେ ରଖନ୍ତୁ ନାହିଁ । ଶୁଖିବାର କିଛି ସମୟ ପରେ ପୋଷାକ ବାହାରୁ ନେଇ ଆସନ୍ତୁ । ଏହା କପଡାକୁ ଖରାପ ହେବାରୁ ରକ୍ଷା କରିଥାଏ ।

ବାହାରେ ପୋଷାକକୁ ଓଲଟା ଶୁଖାନ୍ତୁ :
ଖରାରେ ପୋଷାକକୁ ଓଲଟା ଶୁଖାନ୍ତୁ । ଗ୍ରୀଷ୍ମ ଋତୁରେ ଏହାର ବିଶେଷ ଯତ୍ନ ନେବା ଜରୁରୀ, ନଚେତ୍ ପୋଷାକର ରଙ୍ଗ ଖରାପ ହୋଇପାରେ ଏବଂ ସେମାନଙ୍କର ରଙ୍ଗ ତୁରନ୍ତ ନଷ୍ଟ ହୋଇପାରେ । ତେଣୁ, ଗ୍ରୀଷ୍ମରେ ଯଦି ଆପଣ ଏହି ତିନୋଟି ଜିନିଷକୁ ଧ୍ୟାନରେ ରଖିବେ, ତାହେଲେ ଆପଣଙ୍କ ପୋଷାକ ଭଲ ରହିବ ଏବଂ ଚମକ ନଷ୍ଟ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.