Asus ଲଞ୍ଚ କଲା ଡୁଆଲ ସ୍କ୍ରିନର ଦମଦାର ଲାପଟପ୍‌, ଜାଣନ୍ତୁ ଦାମ ଓ ଫିଚର୍ସ

Asus ଭିନ୍ନ ଲାପଟପ୍ ତିଆରି କରୁଥିବା ପାଇଁ ବେଶ୍‌ ଜଣାଶୁଣା ଏବଂ ଏଥର ମଧ୍ୟ ଏହି କମ୍ପାନୀ ଡୁଆଲ୍ ସ୍କ୍ରିନ୍ ଲାପଟପ୍ ର ଏକ ଆଡଭାନ୍ସ ଭର୍ସନ ଆଣିଛି । ଏହା Asus Zenbook 17 ଫୋଲ୍ଡ OLED ଭଳି ଦେଖାଯାଏ, କିନ୍ତୁ ଏହାର ସ୍ପେସିଫିକେସନ୍‌ ବହୁତ ଭଲ ରହିଛି ଏବଂ ଡିଜାଇନ୍ ମଧ୍ୟ ବଢ଼ିଆ ଅଛି ।

Asus ଭାରତରେ Asus Zenbook Duo (2024) ଲାପଟପ୍ ଲଞ୍ଚ କରିଛି । Asus ଭିନ୍ନ ଲାପଟପ୍ ତିଆରି କରୁଥିବା ପାଇଁ ବେଶ୍‌ ଜଣାଶୁଣା ଏବଂ ଏଥର ମଧ୍ୟ ଏହି କମ୍ପାନୀ ଡୁଆଲ୍ ସ୍କ୍ରିନ୍ ଲାପଟପ୍ ର ଏକ ଆଡଭାନ୍ସ ଭର୍ସନ ଆଣିଛି । ଏହା Asus Zenbook 17 ଫୋଲ୍ଡ OLED ଭଳି ଦେଖାଯାଏ, କିନ୍ତୁ ଏହାର ସ୍ପେସିଫିକେସନ୍‌ ବହୁତ ଭଲ ରହିଛି ଏବଂ ଡିଜାଇନ୍ ମଧ୍ୟ ବଢ଼ିଆ ଅଛି । ଏହାର ଦାମ୍‌ ୧, ୫୯, ୯୯୦ ଟଙ୍କା ରହିଛି । Asus Zenbook Duo (2024)ର ଡିଟେଲ୍ସ ବିଷୟରେ ଆସନ୍ତୁ ଜାଣିବା ।Asus Zenbook Duo (2024) ଭାରତରେ ଲଞ୍ଚ କରାଯାଇଛି । ଏହି ମଡେଲ୍ ଇଣ୍ଟେଲ୍ କୋର ଅଲ୍ଟ୍ରା 5 ପ୍ରୋସେସର ସହିତ ଆସିଥାଏ । ଏହି ଲାପଟପରେ ଅଧିକ ଦମଦାର ପ୍ରୋସେସର ଅପ୍ସନ ଅଛି ।

Asus Zenbook Duo (2024) ସ୍ପେସିଫିକେସନ୍‌ :
Asus Zenbook Duo (2024) ର ଫିଚର୍ସ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଥିରେ ଦୁଇଟି ଫୁଲ୍- HD + OLED ଟଚ୍ ସ୍କ୍ରିନ୍ ଅଛି, ଯାହାର ରିଜୋଲ୍ୟୁସନ 1900 x 1200 ପିକ୍ସେଲ । ଏହି ସ୍କ୍ରିନରେ କାମ କରିବା ସମୟରେ ଆଖିକୁ ଆରାମ ମିଳେ । ଏହାର ସ୍କ୍ରିନ୍‌ କର୍ନିଙ୍ଗ ଗୋରିଲା ଗ୍ଲାସ ଦ୍ୱାରା ସୁରକ୍ଷିତ କିରାଯାଇଛି, ଅର୍ଥାତ ଏହା ସହଜରେ ଭାଙ୍ଗିବ ନାହିଁ । ଲାପଟପରେ ନୂଆ ଇଣ୍ଟେଲ କୋର ଅଲଟ୍ରା 9 ପ୍ରୋସେସର ଏବଂ ଇଣ୍ଟେଲ ଆର୍ ଗ୍ରାଫିକ୍ସ ବ୍ୟବହାର କରାଯାଇଛି । ଅଧିକ ସ୍ପିଡ୍‌ ପାଇଁ ଏଥିରେ ୩୨GB LPDDR5x RAM ଏବଂ 2TB SSD ଷ୍ଟୋରେଜ୍ ରହିଛି ।

Asus Zenbook Duo (2024) ଫିଚର :
ଏଥିରେ କନେକ୍ସନ ପାଇଁ ଅନେକ ଅପ୍ସନ ଅଛି, ଯେପରିକି – ସ୍ପିଡ୍‌ ଇଣ୍ଟରନେଟ୍ ପାଇଁ ୱାଇ-ଫାଇ 6E, ବ୍ଲୁଟୁଥ୍ 5.3, ହାଇ ସ୍ପିଡ୍ ଡିଭାଇସ୍ କନେକ୍ଟ ପାଇଁ ଦୁଇଟି ଥଣ୍ଡରବୋଲ୍ଟ 4 ପୋର୍ଟ, ରେଗୁଲାର USB ପୋର୍ଟ (A ଟାଇପ୍‌), ନୂଆ ଟେକ୍ନୋଲୋଜି HDMI 2.1 ପୋର୍ଟ ଏବଂ ହେଡଫୋନ୍ ପାଇଁ 3.5 ମିମି ଜ୍ୟାକ୍ ରହିଛି । ଲାପଟପ୍‌ ବ୍ୟବହାର କରିବା ପାଇଁ ସହଜ ୱିଣ୍ଡୋଜ୍ 11 ହୋମ୍ ଅପରେଟିଂ ସିଷ୍ଟମ୍ ଇନଷ୍ଟଲ୍ ହୋଇଛି ।

Asus Zenbook Duo (2024) ବ୍ୟାଟେରୀ :
Asus Zenbook Duo (2024) ରେ ଅନେକ ବିଶେଷ ଫିଚର୍ସ ଅଛି । ଭଲ ସାଉଣ୍ଡ କ୍ୱାଲିଟି ପାଇଁ ଏଥିରେ ଦୁଇଟି ହରମାନ କାର୍ଡନ୍ ସ୍ପିକର ଅଛି, ଯାହା ଡଲବି ଆଟମୋସକୁ ସପୋର୍ଟ କରେ । ଲାପଟପ୍ ରେ 75WHr ର ଏକ ଦମଦାର ବ୍ୟାଟେରୀ ଅଛି, ଯାହା 65W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ । USB ଟାଇପ୍-ସି ଚାର୍ଜର ଦ୍ୱାରା ଆପଣ ଏହାକୁ ଶୀଘ୍ର ଚାର୍ଜ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.