ଅପ୍‌କମିଂ ଫିଲ୍ମ ପାଇଁ ସୁପରଷ୍ଟାର ଧନୁଷ ନେଲେ ଏପରି ଲୁକ୍‌ ଫ୍ୟାନ୍ସ ହେଲେ ଆଶ୍ଚର୍ଯ୍ୟ, ଭାଇରାଲ ହେଉଛି ଫଟୋ

ତାମିଲ ସୁପରଷ୍ଟାର ଧନୁଷ ମଙ୍ଗଳବାର ନିଜ ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରିଛନ୍ତି । ଏଥିରେ ଅଭିନେତାଙ୍କୁ ଅଡୁଆ ହୋଇଥିବା କେଶ ସହିତ ଏକ ଭିକାରୀ ଲୁକରେ ଦେଖିବାକୁ ମିଳିଛି । ଏହା ସହ ଅଭିନେତାଙ୍କ ଏହି ଚେହେରା ଏତେ ଦମ୍‌ଦାର ଯେ ସୋସିଆଲ ମିଡିଆରେ ଏହା ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଦେଖାଯାଇଥିବା ବ୍ୟକ୍ତି ଭିକାରୀ ପରି ଦେଖାଯାଉଛନ୍ତି । ତେବେ ଏହି ବ୍ୟକ୍ତି ଜଣେ ସାଧାରଣ ମଣିଷ ନୁହଁନ୍ତି, ବରଂ ଜଣେ ସୁପରଷ୍ଟାର । ସାଉଥ ସିନେମାର ସୁପରଷ୍ଟାର ଧନୁଷଙ୍କ ବ୍ୟତୀତ ଏହି ବ୍ୟକ୍ତି ଆଉ କେହି ନୁହନ୍ତି । ତେବେ ଏହି ଫଟୋ ଦେଖି ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଥିବ ଯେ, ସୁପରଷ୍ଟାର ଧନୁଷ ଏପରି ଫଟୋ ନିଜ ଇନ୍‌ଷ୍ଟାଗ୍ରାମରେ କ’ଣ ପାଇଁ ପୋଷ୍ଟ କରିଛନ୍ତି । ସେଥିପାଇଁ ଆମେ ଆପଣମାନଙ୍କୁ ଜଣାଇବୁ ଯେ ଧନୁଷ ଏପରି ଲୁକ୍‌ ନେବାର କାରଣ ହେଉଛି, ଏହା ତାଙ୍କର ଅପ୍‌କମିଂ ଫିଲ୍ମର ଲୁକ୍‌ ।

ତାମିଲ ସୁପରଷ୍ଟାର ଧନୁଷ ମଙ୍ଗଳବାର ନିଜ ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରିଛନ୍ତି । ଏଥିରେ ଅଭିନେତାଙ୍କୁ ଅଡୁଆ ହୋଇଥିବା କେଶ ସହିତ ଏକ ଭିକାରୀ ଲୁକରେ ଦେଖିବାକୁ ମିଳିଛି । ଏହା ବ୍ୟତୀତ ଧନୁଷଙ୍କୁ ବଢି ଥିବା ଦାଢି ସହିତ କାନ୍ଥ ସାମ୍ନାରେ ଠିଆ ହୋଇ କ୍ୟାମେରା ଆଡକୁ ଚାହିଁଥିବାର ଦେଖିବାକୁ ମିଳିଛି । କାନ୍ଥରେ ଥିବା ଧାର୍ମିକ ଫଟୋରେ ଭଗବାନ ଶିବଙ୍କୁ ଅନ୍ନପୂର୍ଣ୍ଣାଙ୍କଠାରୁ ଭିକ୍ଷା ଗ୍ରହଣ କରୁଥିବା ଫଟୋ ପରି ଦେଖାଯାଉଛି । ଏହି ଲୁକରେ ସେ ବହୁତ ମଇଳା ପୋଷାକ ପିନ୍ଧିଛନ୍ତି, ଯାହା ମଧ୍ୟ ଚିରିଯାଇଛି ।

ତେବେ ସୂଚନା ମୁତାବକ, ଅଭିନେତା ଧନୁଷଙ୍କ ଏହି ଫଟୋ ତାଙ୍କର ଅପ୍‌କମିଂ ଫିଲ୍ମ ‘କୁବେର’ର ପୋଷ୍ଟର ପାଇଁ ନିଆଯାଇଛି, ଅର୍ଥାତ୍ ସେ ଅପ୍‌କମିଂ ଫିଲ୍ମ ପାଇଁ ସେ ଏହି ଲୁକ୍‌ ନେଇଛନ୍ତି । ଇନଷ୍ଟାଗ୍ରାମ ପୋଷ୍ଟରେ ସେ ବିଭିନ୍ନ ଭାଷାରେ ପୋଷ୍ଟର ସେୟାର କରିଛନ୍ତି, ଯେଉଁଥିରେ ଧନୁଷ ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଛନ୍ତି । ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଅଭିନେତାଙ୍କୁ ସେହି ଅବତାରରେ ଫିଲ୍ମରେ ଦେଖିବାକୁ ମିଳିବ । ଅଭିନେତାଙ୍କ ଫିଲ୍ମର ପୋଷ୍ଟ ଦେଖିବା ପରେ ପ୍ରଶଂସକମାନେ ସେମାନଙ୍କ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଏହି ଫଟୋରେ ଜଣେ ଫ୍ୟାନ୍‌ ଲେଖିଛନ୍ତି, ‘ଧନୁଷ ଜାତୀୟ ପୁରସ୍କାର ଜିତିବାକୁ ପ୍ରସ୍ତୁତ । ସେହିପରି ଆଉଜଣେ ପ୍ରଶଂସକ ଲେଖିଛନ୍ତି ‘ଏହି ଚରିତ୍ରରେ ରକ୍ କରିବାକୁ ରେଡି । ତେବେ ଏହିପରି ଅନେକ ପ୍ରକାରର ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ଏହା ସହ ଅଭିନେତାଙ୍କ ଏହି ଚେହେରା ଏତେ ଦମ୍‌ଦାର ଯେ ସୋସିଆଲ ମିଡିଆରେ ଏହା ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ଫିଲ୍ମ ‘କୁବେର’ ନିର୍ଦ୍ଦେଶକ ଶେଖର କାମମୁଲା ଏବଂ ଧନୁଷଙ୍କ ମଧ୍ୟରେ ଏହା ହେଉଛି ପ୍ରଥମ କୋଲାବ, ଯିଏ ଫିଲ୍ମ ‘ଗୋଦାବରୀ’, ‘ହାପି ଡେ’ ଏବଂ ଲଭ୍‌ ଷ୍ଟୋରି’ ଭଳି ତେଲୁଗୁ ଫିଲ୍ମ ପାଇଁ ଜଣାଶୁଣା । ଧନୁଷଙ୍କ ବ୍ୟତୀତ ନାଗାର୍ଜୁନ, ରଶ୍ମିକା ମନ୍ଦାନା ଏବଂ ଜିମ ସରବ ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମ ‘କୁବେର’ ପାଞ୍ଚଟି ଭାଷାରେ ମୁକ୍ତିଲାଭ କରିବ । ଏହି ଫିଲ୍ମ ତାମିଲ, ତେଲୁଗୁ, ହିନ୍ଦୀ, କନ୍ନଡ ଏବଂ ମାଲାୟାଲମରେ ରିଲିଜ୍‌ ହେବ । ତେବେ ଏହି ପୋଷ୍ଟର ଦେଖିବା ପରେ ଫ୍ୟାନ୍ସ ଫିଲ୍ମକୁ ଦେଖିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

 

View this post on Instagram

 

A post shared by Dhanush (@dhanushkraja)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.