Below header

ଅଣ ପେଶାଦାର ଭାବେ କାମ କରୁଛି ଦେଶରେ ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା CBI : ବିଜେଡି

ଭୁବନେଶ୍ବର : ପଶ୍ଚିମବଙ୍ଗ ଘଟଣା ପରେ ସିବିଆଇ ନିରପେକ୍ଷତା ଉପରେ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ । ସଂସଦରେ ବିଜେଡି ସାଂସଦ ଭର୍ତ୍ତୃହରି ମହାତବା କହିଛନ୍ତି, CBIକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି। ଓଡ଼ିଶାରେ ବିଜେଡି ନେତାଙ୍କୁ ବଦନାମ କରିବାକୁ ଚେଷ୍ଠା କରାଯାଉଛି। ସିବିଆଇ ପେଶାଦାର ଅନୁଷ୍ଠାନ ଭାବେ ତଦନ୍ତ କରିବା ଆବଶ୍ୟକ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟରେ ସାଂସଦ ରବୀନ୍ଦ୍ର ଜେନା ଓ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଘରେ ଚଢାଉ କରିଥିଲା ସିବିଆଇ। ଏବେ ଆଗକୁ ସାଧାରଣ ନିର୍ବାଚନ। ଏ ସମୟରେ ଦୁଇ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ସିବିଆଇ ନୋଟିସ ଦେଇଛି। ବର୍ତ୍ତମାନ ପଶ୍ଚିମବଙ୍ଗ ପ୍ରସଙ୍ଗରେ କୌଣସି ପକ୍ଷ ନ ନେଇ ବିଜେଡି କହିଛି, ସିବିଆଇ ଅଣପେଶାଦାର ଢଙ୍ଗରେ କାମ କରୁଛି। ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଗୁଡିକର ସ୍ୱାଧୀନତା ଓ ସ୍ୱଚ୍ଛତା ରହିବା ଆବଶ୍ୟକ। ରାଜ୍ୟ କଂଗ୍ରେସ ମଧ୍ୟ ସିବିଆଇକୁ ମୋଦି ସରକାର ଅସ୍ତ୍ରଭାବେ ବ୍ୟବହାର କରୁଥିବା ଅଭିଯୋଗ କରିଛି । ବିଜେପି କିନ୍ତୁ, କହିଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭୟଭୀତ ହୋଇ, ସିବିଆଇ ବିରୋଧରେ ଅଭିଯୋଗ କରୁଛନ୍ତି।

Congress cbiସିବିଆଇ ପଞ୍ଜୁରୀ ଭିତର ଶୁଆ । ସିବିଆଇ ପାଇଁ ସୁପ୍ରିମକୋର୍ଟଙ୍କ ଏ ଉପାଖ୍ୟାନ ବେଶ ଲୋକପ୍ରିୟ। ଏହାସହ ବାରମ୍ବାର ଅଭିଯୋଗ ହୁଏ କ୍ଷମତାରେ ଥିବା ଲୋକଙ୍କ ପାଇଁ ଏହା ରାଜନୈତିକ ଅସ୍ତ୍ର। କେବଳ ପଶ୍ଚିମବଙ୍ଗ ନୁହଁ ଓଡ଼ିଶା, ଉତ୍ତରପ୍ରଦେଶ ଭଳି ଅନେକ ରାଜ୍ୟରେ ସିବିଆଇ କାର‌୍ୟ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠୁଛି। ଏପରିକି ସିବିଆଇ ଭିତରେ ମଧ୍ୟ ଦୁର୍ନୀତି କଥା ମଧ୍ୟ ଆଲୋକ ବର୍ମା ପ୍ରସଙ୍ଗରୁ ପଦାକୁ ଆସିଛି। ଏହି ବାଦ ବିବାଦ ଭିତରେ ଆଜି ସିବିଆଇ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି ଋଷି କୁମାର ଶୁକ୍ଲା। ଆରମ୍ଭରୁ ହିଁ ତାଙ୍କ ପାଇଁ ସଂସ୍ଥାର ନିରପେକ୍ଷତା ବଜାୟ ରଖିବା ବଡ଼ ଚ୍ୟାଲେଞ୍ଜ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.