ନୂଆ ସଂସଦ ଭବନର ଉଦ୍‌ଘାଟନ ଉତ୍ସବରେ ସାମିଲ ହେବ ବିଜେଡି, ସୂଚନା ଦେଲେ ସସ୍ମିତ ପାତ୍ର

ସାମ୍ବିଧାନିକ ପ୍ରତିଷ୍ଠାନଗୁଡିକର ପବିତ୍ରତା ଓ ସମ୍ମାନ କ୍ଷୁର୍ଣ୍ଣ କଲା ଭଳି ପ୍ରସଙ୍ଗଠାରୁ ସାମ୍ବିଧାନିକ ପ୍ରତିଷ୍ଠାନ ଉର୍ଦ୍ଧ୍ୱରେ ବୋଲି ବିଜେଡି ବିଶ୍ୱାସ କରେ। ସେଭଳି ପ୍ରସଙ୍ଗକୁ ପବିତ୍ର ଗୃହରେ ପଛରେ ବିତର୍କ କରାଯାଇ ପାରେ। ତେଣୁ ବିଜେଡି ସବୁଠାରୁ ମହତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି।.

କେନ୍ୟୁଜ୍(ବ୍ୟୁରୋ):  ନୂଆ ସଂସଦ ଭବନର ଉଦ୍‌ଘାଟନ ଉତ୍ସବରେ ସାମିଲ ହେବ ବିଜେଡି। ଆଜି ଦଳର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ଏହି ସୂଚନା ଦେଇଛନ୍ତି। ଦଳ ତରଫରୁ କୁହାଯାଇଛି, ଦେଶର ମୁଖ୍ୟ ଭାରତର ରାଷ୍ଟ୍ରପତି । ୧୪୦କୋଟି ଭାରତବାସୀଙ୍କ ପ୍ରତିନିଧିତ୍ୱ କରେ ସଂସଦ। ଉଭୟ ଅନୁଷ୍ଠାନ ଭାରତୀୟ ଗଣତନ୍ତ୍ରର ପ୍ରତୀକ। ଉଭୟ ନିଜର ଅଧିକାର ସମ୍ବିଧାନରୁ ପାଇଛନ୍ତି।

ସେମାନଙ୍କ ଅଧିକାର ଓ ପ୍ରତିଷ୍ଠାକୁ ସବୁ ବେଳେ ସୁରକ୍ଷା ପ୍ରଦାନ ଜରୁରୀ। ସାମ୍ବିଧାନିକ ପ୍ରତିଷ୍ଠାନଗୁଡିକର ପବିତ୍ରତା ଓ ସମ୍ମାନ କ୍ଷୁର୍ଣ୍ଣ କଲା ଭଳି ପ୍ରସଙ୍ଗଠାରୁ ସାମ୍ବିଧାନିକ ପ୍ରତିଷ୍ଠାନ ଉର୍ଦ୍ଧ୍ୱରେ ବୋଲି ବିଜେଡି ବିଶ୍ୱାସ କରେ। ସେଭଳି ପ୍ରସଙ୍ଗକୁ ପବିତ୍ର ଗୃହରେ ପଛରେ ବିତର୍କ କରାଯାଇ ପାରେ। ତେଣୁ ବିଜେଡି ସବୁଠାରୁ ମହତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି।.

Leave A Reply

Your email address will not be published.