ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ରେକର୍ଡ ବିଜୟ

ଝାରସୁଗୁଡ଼ା ବାସିନ୍ଦା ବିଶ୍ବାସ ଦେଖାଇଛନ୍ତି: ଦୀପାଳି ଦାସ

ଝାରସୁଗୁଡ଼ା (କେନ୍ୟୁଜ): ଝାରସୁଗୁଡ଼ା ବାଜି ମାରିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ସରିଲା କାଉଣ୍ଟିଂ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଭୋଟ ଗଣତି ଶେଷ ହେଲା। ଝାରସୁଗୁଡ଼ା ବଢ଼େଇମୁଣ୍ଡା ଇଂଜିନିୟରିଂ ସ୍କୁଲ ସ୍ଥିତ ଷ୍ଟ୍ରଙ୍ଗ୍‌ ରୁମ୍‌ରେ କଡ଼ା ସୁରକ୍ଷାରେ ଭୋଟ ଗଣତି ସରିଲା। ଝାରସୁଗୁଡ଼ାର ପ୍ରମୁଖ ଯୋଦ୍ଧା ଥିଲେ ବିଜେଡିରୁ ନବ ଦାସଙ୍କ ଝିଅ ଦୀପାଳି ଦାସ। ଯିଏକି ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେଙ୍କୁ ପଛରେ ପକାଇ ବାଜି ମାରିଛନ୍ତି। ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮,୬୧୯  ଖଣ୍ଡ ଭୋଟରେ ଆଗୁଆ ରହି ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟ ମୁକୁଟ ପିନ୍ଧିଛନ୍ତି।

ଏପଟେ ଦୀପାଳି ଦାସ ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି । ୨୦୧୯ରେ ନବ ଦାସ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ ଜିତିଥିଲେ। ହେଲେ ୪୮ହଜାର ୨୩୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଦୀପାଳି। ସୂଚନା ଅନୁଯାୟୀ, ଦୀପାଳିଙ୍କୁ ମୋଟ ୧ ଲକ୍ଷ ୭ହଜାର ୩ ଖଣ୍ଡ ଭୋଟ ମିଳିଛି। ଏପଟେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାଇଛନ୍ତି ୫୮, ୩୮୪ ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ ୪୪୭୩  ଖଣ୍ଡ ଭୋଟ ପାଇଛନ୍ତି।

ତେବେ ବିଜୟୀ ହେବା ପରେ ଦୀପାଳି ଦାସ ନିଜ ପ୍ରତିକ୍ରୀୟା ଦେଇଛନ୍ତି। କହିଛନ୍ତି ଝାରସୁଗୁଡ଼ା ବାସିନ୍ଦା ବିଶ୍ବାସ ଦେଖାଇଛନ୍ତି।

Leave A Reply

Your email address will not be published.