ହଜିଗଲା ମାନବିକତା: ମାନସିକ ବିକାରଗ୍ରସ୍ତ ଥିବା ଯୁବକଙ୍କୁ ଏସିଡ୍ ମାଡ ଅଭିଯୋଗ

ହଜିଗଲା ମାନବିକତା। ମାନସିକ ବିକାରଗ୍ରସ୍ତ ଥିବା ଯୁବକଙ୍କୁ ଏସିଡ୍ ମାଡ ଅଭିଯୋଗ ହୋଇଛି। ତାଳଚେର କଣିହାଁ ବ୍ଲକ୍ ଏନ୍‌ଟିପିସି ବଜାର ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ତାଳଚେର (କେନ୍ୟୁଜ): ତାଳଚେର କଣିହାଁ ଏନ୍‌ଟିପିସିରେ ହଜିଗଲା ମାନବିକତା। ମାନସିକ ବିକାରଗ୍ରସ୍ତ ଥିବା ଯୁବକଙ୍କୁ ଏସିଡ୍ ମାଡ ଅଭିଯୋଗ ହୋଇଛି। ତାଳଚେର କଣିହାଁ ବ୍ଲକ୍ ଏନ୍‌ଟିପିସି ବଜାର ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ଦୀର୍ଘ ୨୦ବର୍ଷରୁ ଅଧିକ ଛେଣ୍ଡିପଦା ଥାନା କଇଁଛପଦା ଗ୍ରାମର ଯୁବକ ଶ୍ରୀଧର ମହାପାତ୍ର(୪୫) ମାନସିକ ଭାରସାମ୍ୟ ହରାଇ ଏନ୍‌ଟିପିସି ବସଷ୍ଟାଣ୍ଡ, ମନ୍ଦିର, ରାସ୍ତାକଡରେ ଆଶ୍ରୟ ନେଇ ଆସୁଥିଲେ । ବଜାରରେ ଶ୍ରୀଧର ଅତି ପରିଚିତ ଥିବା ବେଳେ ବେଳେବେଳେ ଦୋକାନୀ ମାନଙ୍କ ଦୋକାନ ସମ୍ମୁଖ ସଫା ସୁତୁରା କରି ଦେଇଥାନ୍ତି। କିଏ କେତେବେଳେ ଶ୍ରୀଧରଙ୍କୁ ଖାଦ୍ୟ ଦେଲେ ଖାଇଥାନ୍ତି ନହଲେ ନାହିଁ । ତେବେ କାଲି ସେ ବଜାରରେ ବୁଲୁଥିବା ବେଳେ ଲକିନ୍ ବିଶ୍ୱାଳ ନାମକ ଜଣେ ଯୁବକ ତାଙ୍କ ପିଠିକୁ ଏସିଡ ପକାଇ ଦେଇଥିବା ଅଭିଯୋଗ ହୋଇଛି । ଏସିଡ ମାଡରେ ସେ ଗୁରୁତର ହୋଇ ପଡ଼ିଥିବା ବେଳେ କିଛି ସମାଜସେବୀ ତାଙ୍କୁ ଉଦ୍ଧାର କରି କଣିହାଁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଏଭଳି ଅମାନୁଷିକ କାର୍ଯ୍ୟକୁ ନିନ୍ଦା କରାଯାଇଛି।