ସୂର୍ଯ୍ୟକୁମାରଙ୍କ ସଟ୍‌ ଦେଖି ସଚିନ ବି ଆଶ୍ଚର୍ଯ୍ୟ, ଭାଇରଲ ହେଉଛି ମାଷ୍ଟରବ୍ଲାଷ୍ଟରଙ୍କ ପ୍ରତିକ୍ରିୟା

ସୂର୍ଯ୍ୟକୁମାରଙ୍କ ସଟ୍‌ ଦେଖି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ଆଶ୍ଚର୍ଯ୍ୟ । ସୂର୍ଯ୍ୟଙ୍କ ଛକା ଦେଖି ଡଗ୍‌ଆଉଟରେ ବସିଥିବା ସଚିନ ଦେଇଥିଲେ ଏମିତି ପ୍ରତିକ୍ରିୟା । ଯାହାର ଭିଡିଓ ଭାଇରଲ ହେଉଛି ।

ଆଇପିଏଲ୍‌ ୨୦୨୩ ପ୍ରାରମ୍ଭରୁ ଖରାପ ପ୍ରଦର୍ଶନ କରୁଥିବା ସୂର୍ଯ୍ୟକୁମାର ଯାଦବ ଫର୍ମକୁ ଫେରିଛନ୍ତି । ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ ସୂର୍ଯ୍ୟକୁମାର ୧୦୩ ରନ୍‌ କରି ଅପରାଜିତ ରହିଛନ୍ତି । ସୂର୍ଯ୍ୟକୁମାର ତାଙ୍କ ଇନିଂସରେ ୧୧ଟି ଚଉକା ଏବଂ ୬ଟି ଛକା ମାରିଛନ୍ତି । ତେବେ ନିଜ ଇନିଂସରେ ସୂର୍ଯ୍ୟକୁମାର ଏମିତି କିଛି ସର୍ଟ ଖେଳିଛନ୍ତି, ଯାହାକୁ ଦେଖି ମାଷ୍ଟର ବ୍ଲାଷ୍ଟର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଉ ଭିନ୍ନ ଭାବଭଙ୍ଗୀରେ ପ୍ରତିକ୍ରିୟା ଦେଇଛନ୍ତି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ସୂର୍ଯ୍ୟକୁମାର ନିଜର ଜଲଓ୍ଵା ଦେଖାଇଛନ୍ତି । ନିଜ ଇନିଂସରେ ସୂର୍ଯ୍ୟକୁମାର ୧୦୩ ରନ୍‌ କରି କରିଥିବା ବେଳେ ୧୧ଟି ଚଉକା ଏବଂ ୬ଟି ଛକା ମାରିଛନ୍ତି । ୧୯ ଓଭରରେ ମହମ୍ମଦ ସାମିଙ୍କ ଦ୍ୱିତୀୟ ବଲରେ ଥାର୍ଡମ୍ୟାନଙ୍କ ଉପରେ ଏକ ଛକା ମାରିଥିଲେ ସୂର୍ଯ୍ୟକୁମାର । ଏହା ଦେଖିବାକୁ ବହୁତ ସହଜ ଦେଖାଯାଉଥିଲା କିନ୍ତୁ ସହଜ ନଥିଲା ।

ମୁମ୍ବାଇ ଇଣ୍ଡିଆନ୍ସର ଡଗଆଉଟ୍‌ରେ ସଚିନ ତେନ୍ଦୁଲକର ସ୍ପିନର ପୀୟୁଷ ଚାଓ୍ଵଲାଙ୍କ ସହିତ ବସି ସଟ୍‌ର ଭରପୂର ମଜା ନେଇଥିଲେ । ଏହି ସମୟରେ ପୀୟୁଷଙ୍କୁ କିଭଳି ସୂର୍ଯ୍ୟ ସଟ୍‌ ମାରୁଛନ୍ତି ବୋଲି ସଚିନ କହିଥିଲେ । ତେବେ ସଚିନଙ୍କ ରିଆକ୍ସନ ଭିଡିଓ ଭାଇରଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ଟସ୍‌ ହାରି ପ୍ରଥମ ବ୍ୟାଟିଂ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ଇଣ୍ଡିଆନ୍ସ ୨୧୮ ରନ୍‌ କରିଥିଲା । ଏହି ରନକୁ ପିଛା କରି ଗୁଜରାଟ ଟାଇଟନ୍ସ ପ୍ରଥମାର୍ଦ୍ଧରୁ ଖରାପ ପ୍ରଦର୍ଶନ କରିଥିଲା । ଗୁଜରାଟ ୫୫ ରନରେ ୫ଟି ଓ୍ଵିକେଟ ହରାଇଥିଲା । କେବଳ ରାଶିଦ ଖାନ ୩୨ ବଲରେ ୩ଟି ଚଉକା ଏବଂ ୧୦ଟି ଛକା ମାରି ୭୯ ରନ କରିଥିଲେ । ତେବେ ଗୁଜରାଟ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ ହରାଇ ୧୯୧ ରନ କରିଥିଲା । ତେଣୁ ମୁମ୍ବାଇ ୨୭ ରନରେ ବିଜୟୀ ହୋଇଥିଲା । ସୂର୍ଯ୍ୟକୁମାରଙ୍କ ଦମଦାର ଇନିଂସ ଯୋଗୁଁ ପ୍ଲେୟାର ଅଫ ଦ ମ୍ୟାଚ୍‌ ଆଓ୍ଵାର୍ଡ ପୁରସ୍କାର ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.