Below header

କର୍ଣ୍ଣାଟକ ନିର୍ବାଚନ: ବିଜେପିକୁ କୌଣସି ସୁଯୋଗ ନଦେବା ପାଇଁ ନେତାଙ୍କ ପାଇଁ ହେଲିକପ୍ଟର ବ୍ୟବସ୍ଥା କଲା କଂଗ୍ରେସ

ଆଉ କିଛି ସମୟ ପରେ ଜଣାପଡିବ କର୍ଣ୍ଣାଟକ ନିର୍ବାଚନର ଫଳାଫଳ । ବିଜେପି କୌଣସି ଗଡବଡ ନ କରୁ ତେଣୁ କଂଗ୍ରେସ ବିଧାୟକଙ୍କୁ ବେଙ୍ଗାଲୁରୁ ନେବା ପାଇଁ ଚାଟାର୍ଡ ବିମାନ ଏବଂ ହେଲିକପ୍ଟରର ବ୍ୟବସ୍ଥା କରିଛି କଂଗ୍ରେସ ।

କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଉପରେ ସାରା ଦେଶବାସୀଙ୍କ ନଜର ରହିଛି । କର୍ଣ୍ଣାଟକ ସରକାର କିଏ ଗଠନ କରିବ ତାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । କର୍ଣ୍ଣାଟକ ନିର୍ବାଚନ ଭୋଟ ଗଣତି ଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା କଂଗ୍ରେସ କେତେକ ସ୍ଥାନରେ ଆଗୁଆ ରହିଛି । ଆଉ କିଛି ଘଣ୍ଟା ପରେ ସାମ୍ନାକୁ ଆସିବ ଜନାଦେଶ ।

ଏହା ମଧ୍ୟରେ କଂଗ୍ରେସର ମୁଖ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କର ଏକ ବୈଠକ ବସିଥିଲା । ଆଜି ରାତି ୮ଟା ସମୟରେ ବେଙ୍ଗାଲୁରୁର ହିଲଟନ ହୋଟେଲରେ ବିଧାୟକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ତେଣୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼କେ, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଡି.କେ ଶିବକୁମାରଙ୍କ ସହିତ ସମସ୍ତ ବିଧାୟକଙ୍କୁ ସୁରକ୍ଷିତ ଭାବେ ନେବା ପାଇଁ ସ୍ୱତନ୍ତ୍ର ବିମାନ ଏବଂ ହେଲିକପ୍ଟର ପ୍ରସ୍ତୁତ ରଖାଯାଇଛି । ବିଜୟ ହାସଲ କରିବା ପରେ ସବୁ ବିଧାୟକଙ୍କୁ ଗୋଟିଏ ସ୍ଥାନରେ ରଖାଯିବ । ଏଥିପାଇଁ ସବୁ ପ୍ରକାର ଯୋଜନା ପ୍ରସ୍ତୁତ ହୋଇସାରିଛି ।

କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବକୁମାର ସମସ୍ତଙ୍କ ସହିତ ଫୋନରେ ଯୋଗାଯୋଗରେ ରହିଛନ୍ତି । ସମସ୍ତଙ୍କୁ ବେଙ୍ଗାଲୁରୁ ଆଣିବା ପରେ ଚାଟାର୍ଡ ବିମାନ ଏବଂ ହେଲିକପ୍ଟର ରଖାଯାଇଛି । ବେଙ୍ଗାଲୁରୁ ଠାରୁ ଦୂର ଦୂରାନ୍ତ ସିଟରେ ବିଜୟ ହେବା ପ୍ରାର୍ଥୀଙ୍କୁ ହେଲିକପ୍ଟରରେ ବେଙ୍ଗାଲୁରୁକୁ ଅଣାଯିବ । କର୍ଣ୍ଣାଟକ ନିର୍ବାଚନ ଫଳାଫଳରେ କିଛି ଗଡବଡ ନ ହେଉ, ତେଣୁ କଂଗ୍ରେସ ପାର୍ଟି ରଣନୀତି ପ୍ରସ୍ତୁତ କରିଛି ।


କଂଗ୍ରେସରେ ଏବେ ୧୧୭ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୭୫ଟି ଓ ଜେଡିଏସ ୨୫ଟି ସିଟରେ ଆଗରେ ରହିଛନ୍ତି ।

ତେବେ ପୂର୍ବରୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଅରୁଣାଚଳ ପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡରେ ବିଜେପିର ରଣନୀତି କାହାକୁ ଅଛପା ନାହିଁ । ତେଣୁ ବିଜେପିକୁ କୌଣସି ସୁଯୋଗ ନ ଦେବା ପାଇଁ ଏଭଳି ଉପାୟ ଆପଣାଇଛି କଂଗ୍ରେସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.