ବିଜେପୁର ଉପ-ନିର୍ବାଚନ ପୂର୍ବରୁ ହିଂସା, ଦୁର୍ବତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି ବିଜେପି ନେତା ମନୋରଞ୍ଜନ ମେହେର

ବିଜେପୁର(କେନ୍ୟୁଜ୍): ବିଜେପୁର ଉପ-ନିର୍ବାଚନ ପୂର୍ବରୁ ହିଂସା। ଦୁର୍ବତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି ବିଜେପି ନେତା ମନୋରଞ୍ଜନ ମେହେର । ଗୁରୁତର ଆହତ ହୋଇ ସେ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆଜି ସେ ଦୁଇ ସାଙ୍ଗଙ୍କ ସହ ଘରକୁ ଫେରୁଥିବା ବେଳେ, ଦୁର୍ବୃତ୍ତମାନେ ଆସି ଭୁଜାଲିରେ ଆକ୍ରମଣ କରିଥିଲେ। ହସ୍ପିଟାଲ ଯାଇ ତାଙ୍କୁ ଦେଖା କରିଛନ୍ତି ବିଜେପି ନେତା ସନତ ଗଡ଼ତିଆ ଓ ବିଜେପି ରାଜ୍ୟ ଉପସଭାପତି ଅଶ୍ୱିନୀ ଷଡ଼ଙ୍ଗୀ। ପୂର୍ବରୁ ମଧ୍ୟ ୨୦୧୮ ଉପ ନିର୍ବାଚନ ବେଳେ ମନୋରଞ୍ଜନଙ୍କ ଉପରେ ଆକ୍ରମଣ ଉଦ୍ୟମ ହୋଇଥିଲା। ଏବେ ଆସନ୍ତା ୨୧ରେ ରହିଛି ବିଜେପୁର ଉପନିର୍ବାଚନ। ନିର୍ବାଚନ ପୂର୍ବରୁ ପୁଣି ଥରେ ତାଙ୍କ ଉପରେ ଆକ୍ରମଣ ହୋଇଛି।

You might also like