ଯାଜପୁର: ସର୍ବଭାରତୀୟ ଅଂଶୁମାନ ସ୍ମାରକୀ କ୍ରିକେଟରେ ଆକର୍ଷଣ କେନ୍ଦ୍ର ବିନ୍ଦୁ ସାଜିଲା ଦୃଷ୍ଟିହୀନ କ୍ରିକେଟ ପ୍ରତିଯୋଗିତା

ଯାଜପୁର(କେନ୍ୟୁଜ୍): ଯାଜପୁର ଜିଲ୍ଲା ଜାରକାଠାରେ ଚାଲିଥିବା ସର୍ବଭାରତୀୟ ଅଂଶୁମାନ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଂଟର ଆଜି ମୁଖ୍ୟ ଆକର୍ଷଣ ସାଜିଥିଲା ଦୃଷ୍ଟିହୀନ ଖେଳାଳୀମାନଙ୍କ ମଧ୍ୟରେ କ୍ରିକେଟ ପ୍ରତିଯୋଗିତା । ଏଥିରେ ଯାଜପୁର ଟିମ୍‌କୁ ୮ ୱିକେଟରେ ପରାସ୍ତ କରି ମୟୁରଭଞ୍ଜ ଟିମ୍ ବିଜୟ ଲାଭ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଯାଜପୁର ଟିମ୍ ନିର୍ଦ୍ଧାରିତ ୧୫ ଓଭରରେ ୨ ୱିକେଟ ହରାଇ ୧୫୫ ରନ୍ ସଂଗ୍ରହ କରିଥିଲା ।

ଜବାବରେ ମୟୁରଭଞ୍ଜ ଦଳ ବ୍ୟାଟିଂ କରି ୧୨ ଓଭରରେ ୨ ୱିକେଟ ହରାଇ ବିଜୟ ଲକ୍ଷ ହାସଲ କରିଥିଲା । ଏହି ମ୍ୟାଚ୍ ବେଶ ଚିତାକର୍ଷକ ହୋଇଥିବା ବେଳେ ଏହାକୁ ଉପଭୋଗ କରିଥିଲେ ବହୁ କ୍ରିକେଟ୍ ପ୍ରେମୀ । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ସମ୍ମାନୀତ ଅତିିଥିଭାବେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଯୋଗଦେଇ ବିଜୟୀ ଓ ରନର୍ସ ଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।

ଏହି ଅବସରରେ ଆର୍ନ୍ତଜାତୀୟ ଦୃଷ୍ଟିହୀନ କ୍ରିକେଟ୍ ଖେଳାଳୀ ଇକ୍‌ବାଲ୍ ଜାଫରଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଆସନ୍ତାକାଲି ଟୁର୍ଣ୍ଣାମେଂଟର ହାଇଭୋଲଟେଜ୍ ଫାଇନାଲ ମ୍ୟାଚ୍‌ରେ ଓଡିଶା ପୋଷ୍ଟାଲ ସର୍ଭିସ ଟିମ୍ ଓ ଝାଡଖଣ୍ଡର ୟୁନିୟନ ସ୍ପୋର୍ଟିଂ ମୁହାଁମୁହିଁ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.