କିସ୍‌ରେ ଶିଶୁଦିବସ ପାଳିତ, ‘ଆନନ୍ଦମୟ ଶିକ୍ଷ୍ୟା ଗୃହ’କୁ ଉଦ୍‌ଘାଟନ କଲେ ପ୍ରତିଷ୍ଟାତା ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ବର(କେନ୍ୟୁଜ୍):   କିସ୍‌ରେ ଶିଶୁଦିବସ ପାଳିତ । ଏହି ଅବସରରେ ‘ଆନନ୍ଦମୟ ଶିକ୍ଷ୍ୟା ଗୃହ’କୁ ପ୍ରତିଷ୍ଟାତା ଡ. ଅଚ୍ୟୁତ ସାମନ୍ତ ଉଦ୍‌ଘାଟନ କରିଥିଲେ । ଏହି ଆନନ୍ଦମୟ ଶିକ୍ଷାଗୃହରେ ଛୋଟ ପିଲାଙ୍କ ପାଇଁ ବିଭିନ୍ନ ପ୍ରକାର ଶିକ୍ଷଣୀୟ ଖେଳ ସାମଗ୍ରୀ ସ୍ଥାନ ପାଇଛି । ଛୋଟ ପିଲାମାନଙ୍କୁ ଖେଳ ମାଧ୍ୟମରେ ଶିକ୍ଷାଦାନ କରିବାରେ ଏହି ଆନନ୍ଦମୟ ଶିକ୍ଷାଗୃହ ବେଶ ଉପଯୋଗୀ ହୋଇପାରିବ ବୋଲି ଡ. ସାମନ୍ତ କହିଥିଲେ ।

KISS-2

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‌ ଓ କିସ୍‌ର ସମ୍ପାଦକ ଆର ଏନ ଦାଶ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପି .କେ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଶିଶୁ ଦିବସ ଅବସରରେ ଡ. ସାମନ୍ତ କିସ୍‌ ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଅତିବାହିତ କରିବା ସହ ସେମାନକଂ ଭଲ ମନ୍ଦ ବୁଝିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.