ମୋହନା: ମିଳିଲା ଗୁଣି ସନ୍ଦେହରେ ହତ୍ୟା କରାଯାଇଥିବା ବୃଦ୍ଧଙ୍କ କଟା ମୁଣ୍ଡ, ଜଣେ ଗିରଫ

ମୋହନା(କେନ୍ୟୁଜ୍):  ମିଳିଲା ଗୁଣି ସନ୍ଦେହରେ  ହତ୍ୟା  କରାଯାଇଥିବା  ବୃଦ୍ଧଙ୍କ କଟା ମୁଣ୍ଡ। ଗତ ମଙ୍ଗଳବାର ଦିନ  ମୋହନା ଥାନା ସଉରା ସାହି ଗ୍ରାମ ଜଙ୍ଗଲ ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଥିଲା।  ଆଜି  ମୋହନା ପୋଲିସ କଟା ମୁଣ୍ଡକୁ  ଉଦ୍ଧାର କରିବା  ସହ ଅଭିଯୁକ୍ତକୁ  ଗିରଫ କରିଛି।

ସୂଚନା ମୁତାବକ ମୃତ ଦାସୁ ମଲ୍ଲିକ ଗ୍ରାମର ବୈଦଭାବେ ଚେରମୂଳୀ ଦେଇ ରୋଗୀଙ୍କୁ  ଚିକିତ୍ସା  କରନ୍ତି। କିନ୍ତୁ ଗତ କିଛି ବର୍ଷ ପୂର୍ବେ ଅଞ୍ଚଳରେ  କିଛି  ଲୋକଙ୍କର ଆକସ୍ମିକ ମୃତ୍ୟୁ ହେବାରୁ  ଅଞ୍ଚଳବାସୀ  ସନ୍ଦେହ କରୁଥିଲେ ଦାସୁ  ଗୁଣି  କରି ଲୋକଙ୍କୁ  ମାରୁଛନ୍ତି। ଏଥିପାଇଁ  ୨୦୧୮ରେ  ଦାସୁଙ୍କୁ କିଛି ଲୋକେ  ଜୀବନରୁ ମରିଦେବାପାଇଁ  ଉଦ୍ୟମ କରୁଥିଲେ। ସେତେବେଳେ  ଏହି ଘଟଣାରେ ପୋଲିସ ଉଭୟ ଦାସୁ ଓ ଗ୍ରାମବାସୀଙ୍କୁ  ଡକାଇ ଘଟଣାର ସମାଧାନ  କରିଦେଇଥିଲେ। କିନ୍ତୁ ଗତ ମଙ୍ଗଳବାର  ଦିନ  ସାନୁଜ ମଲ୍ଲିକ ଏବଂ ତାର ନାବାଳକ  ପୁତୁରା  ଦାସୁଙ୍କ ଘରକୁ  ଯାଇ  ଖୋଜା ଖୋଜି କରିଥିଲେ।  ଘରୁ ଦାସୁଙ୍କ ମକାବାଡାରେ  ଥିବା ଖବର ପାଇ ସନୁଜ ସେଠାକୁ ଯାଇଥିଲେ ଏବଂ ଦାସୁଙ୍କୁ ଏକ କାତି ସାହାଯ୍ୟରେ  ହତ୍ୟା କରି ମୁଣ୍ଡକୁ  ଲୁଚାଇ ଦଇଥିଲେ।

ଦାସୁଙ୍କ ମଝିଆଁ ପୁଅ ପରମାନନ୍ଦ ମଲ୍ଲିକଙ୍କ  ଲିଖିତ ଅଭିଯୋଗ ପରେ ପୋଲିସ ସାନୁଜ ଏବଂ ତାର  ନାବାଳକ ପୁତୁରାକୁ ଅଟକ ରଖି ପଚରା ଉଚରା  କରିଥିଲା । ପରେ ଉଭୟ ଦାସୁଙ୍କୁ  ମରିଥିବାର ମାନିଯାଇଥିଲେ। ପୋଲିସ ସାନୁଜକୁ ଗିରଫ କରିଥିବା ବେଳେ ନାବାଳକ ପୁତୁରାକୁ  ପଚରା ଉଚରା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.