ଯାଜପୁର: ସୂର୍ଯ୍ୟାଲୋକ ସମାଜ ସେବା ପକ୍ଷରୁ ନେତାଜୀ ଦିବ୍ୟାଙ୍ଗ(ଦୃଷ୍ଟିହୀନ) ବିଦ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳନ

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁରର କେତେକ ସହୃଦ ବ୍ୟକ୍ତି ବିଶେଷ ଓ ସ୍ୱଛାସେବୀ ମାନଙ୍କୁ ନେଇ ନୂତନ ଭାବରେ ଗଢ଼ି ଉଠିଥିବା ” ସୂର୍ଯ୍ୟାଲୋକ ସମାଜ ସେବା” ପକ୍ଷରୁ ଦଶରଥପୁର ସ୍ଥିତ ନେତାଜୀ ଦିବ୍ୟାଙ୍ଗ(ଦୃଷ୍ଟିହୀନ) ବିଦ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି।

ଏଥିରେ ଅନୁଷ୍ଠାନ ର ସଭାପତି ଦେବେନ୍ଦ୍ର ନାଥ ବଳ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଛଟିଆ ବଟ ର ମହନ୍ତ ସନ୍ତୋଷ କୁମାର ଦାସ, ମୁଖ୍ୟ ବକ୍ତା ଭାବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ଶିକ୍ଷକ ଭୂପତି ଭୂଷଣ ମିଶ୍ର, ସଂମାନିତ ଅତିଥି ଭାବରେ ଜଣେ ବିସିଷ୍ଟ ସମାଜ ସେବୀକା ଅଂଯୁକ୍ତା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବିଦ୍ୟାଳୟ ର ଦିବ୍ୟାଙ୍ଗ ପିଲାମାନଙ୍କୁ କମ୍ବଳ, ସପ ଇତ୍ୟାଦି ବଣ୍ଟନ କରାଯାଇଥିଲା ।

ଏହି ପରିପ୍ରେକ୍ଷୀରେ ଦିବ୍ୟାଙ୍ଗ ପିଲା ମାନଙ୍କ ମଧ୍ୟରେ ମ୍ୟୁଜିକ ଚେୟାର,ସାଧାରଣଜ୍ଞାନ,ସଙ୍ଗୀତ ଆଦି ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଦୃଷ୍ଟିହୀନ ଭାଇ ଭଉଣୀ ମାନଙ୍କ ଦ୍ୱାରା ଗୀତ ନାଚ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟାଲୋକ ସମାଜ ସେବା ତରଫରୁ ପ୍ରତାପ କୁମାର ନାୟକ, ସ୍ମୃତିରଞ୍ଜନ ସ୍ୱାଇଁ, ଆମ୍ବିକା ପ୍ରସାଦ ଧଳ,ବସୁବନ୍ଧୁ ଦାସ ପ୍ରମୁଖ ସହଯୋଗ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.