ରାଜନଗର: ଘର ଭିତରେ ପଶି ବ୍ଲକ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ରାଜନଗର : ଘର ଭିତରେ ପଶି ବ୍ଲକ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ  ଜୀବିକା ମିଶନ ସଂଯୋଜକ ରଶ୍ମି ରଞ୍ଜନ ଦାସ ଆକ୍ରମଣ ହୋଇଛି। ଗତକାଲି ସେ ଘରେ ଶୋଇଥିବାବେଳେ ୫ରୁ ୭ଜଣ ଦୁର୍ବୃତ୍ତ ଯାଇ BDO ଡାକୁଛନ୍ତି ବୋଲି କହିଥିଲେ ।

ହେଲେ ସେ ଯାଇନଥିବାରୁ ଘର ଭିତରେ ଭଣ୍ଡା, ଭୁଜାଲିରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ପରେ ଲୋକ ଆସିଯିବାରୁ ଦୁର୍ବୃତ୍ତ ଖସି ପଳାଇଥିଲେ। ଗୁରୁତର ରଶ୍ମିରଞ୍ଜନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ଛାନଭିନ୍‌ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.