ସୋସିଆଲ ମିଡିଆରେ ଭାଇରାଲ ହେଉଛି କପିଳଙ୍କ ୨୩ ବର୍ଷ ପୁରୁଣା ଏକ ଫଟୋ, ଆପଣ ବି ଥରେ ଦେଖନ୍ତୁ

ଏବେ ବିଭିନ୍ନ ସୋସିଆଲ ମିଡିଆରେ କମେଡିଆନ କପିଲ ଶର୍ମାଙ୍କ ଏକ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି । ଏଗୁଡିକ ତାଙ୍କ କଲେଜ ସମୟର ବୋଲି ଜଣାପଡିଛି । ପ୍ରକୃତରେ କପିଲ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଦୀର୍ଘ ୨୩ ବର୍ଷ ପୁରୁଣା ଏକ ଫଟୋ ପୋଷ୍ଟ କରିଛନ୍ତି । ଖାଲି ସେତିକି ନୁହେଁ ଏହା ସହିତ ଜଡିତ ଏକ ରୋଚକ ପୂର୍ଣ୍ଣ କାହାଣୀ ବି ସେୟାର କରିଛନ୍ତି । ସେ ଲେଖିଛନ୍ତି, ସେସମୟରେ ପକେଟ ସିନା ଖାଲି ରହୁଥିଲା କିନ୍ତୁ ମୁହଁରେ ହସ ଥିଲା । କପିଳ କହିଛନ୍ତିକି “ଅନେକ ବର୍ଷ ପରେ ଏମିତିକି ୨୩ ବର୍ଷ ପରେ ଏହି ପୁରୁଣା ଫଟୋଟି ମିଳିଛି । “ଆଜାଦି” ପ୍ଲେ ପ୍ଲାଟ୍ଫର୍ମ କରିବା ପରେ ଏହି ଫଟୋଟି ଉଠା ଯାଇଥିଲା ।

 

View this post on Instagram

 

A post shared by Kapil Sharma (@kapilsharma)

ସେସମୟରେ ମୁଁ ଏହି ନାଟକଟି ଗୁରୁ ନାନକ ଦେବ ୟୁନିଭର୍ସିଟି ୟୁଥ ଫେଷ୍ଟିଭାଲରେ ପରିବେଷଣ କରିଥିଲି । ନିଜ ଦାଢ଼ି କାଢି ମୁଁ ଏହି ଫଟୋଟିକୁ ଉଠାଇ ଥିଲି । ସେ ସମୟରେ ଫଟୋ ଉଠାଇବାକୁ ଖୁବ ମଜା ଲାଗୁଥିଲା । ଫଟୋ ଉଠାଇବାକୁ ଏତେ ଉତ୍ସାହିତ ହୋଇପଡ଼ିଥିଲିଯେ ମୋ ମୁହଁରେ ଅଠା ଲାଗିଥିଲା ବୋଲି ମୋର ଜମା ବି ଧ୍ୟାନ ନଥିଲା ।” ଏବେ ବି ମୋର ସେହି ଦିନ କଥା ମନେ ପଡୁଛି । ସେ ସମୟରେ ପକେଟ ସିନା ଖାଲି ଥିଲା କିନ୍ତୁ ମୁହଁରେ ହସ ଫୁଟି ରହୁଥିଲା । ଆପଣ ମାନଙ୍କ ସହ ସେୟାର କଲେ ଭଲ ଲାଗିବ ବୋଲି କରିଦେଲି । ଆଶା କରୁଛି ଆପଣ ମାନେ ସୁସ୍ଥ ଥିବେ ଆଉ ସୁରକ୍ଷିତ ଥିବେ ।

କପିଳଙ୍କ ଏହି ପୋଷ୍ଟ ଉପରେ ସେଲିବ୍ରିଟି ତଥା ତାଙ୍କ ହସର ଖୁବ ପ୍ରସଂଶା କରିଛନ୍ତି । ଜଣେ ସାଙ୍ଗ ଲେଖିଥିଲେ । ଜୀବନ ଯାକର ଅନୁଭବ, ତ କିଏ ଲେଖିଛନ୍ତି, ସେହି କିଲର ସ୍ମାଇଲ । ଯେବେକି କପିଲଙ୍କ ଆଉ ଜଣେ ସାଙ୍ଗ କମେଣ୍ଟରେ ଲେଖିଛନ୍ତିକି – ପାଜୀ, ଆନନ୍ଦର ଦିନ….ମୁଁ ସେହି ଦିନ ଗୁଡିକୁ ସତରେ ଖୁବ ମିସ କରୁଛି । ପକେଟ ଖାଲି ଥିଲେ ମଧ୍ୟ ରାଜା ଭଳି ଅନୁଭବ ହେଉଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.