କରୋନା ବିପକ୍ଷ ଲଢ଼େଇରେ ସାମ୍ନାକୁ ଆସିଲେ ଅଷ୍ଟ୍ରେଲିଆର କ୍ରିକେଟର, ଭାରତକୁ ସାହାଯ୍ୟ ପାଇଁ ସଂଗ୍ରହ କରୁଛନ୍ତି ଫଣ୍ଡ; ଦେଖନ୍ତୁ ଭିଡିଓ

କରୋନା ସହ ଏବେ ପୂରା ଦେଶ ଲଢ଼ୁଛି। ଏଭଳି ସ୍ଥିତିରେ ଭାରତକୁ ସାହାଯ୍ୟ କରିବାକୁ ସାମ୍ନାକୁ ଆସିଛନ୍ତି ଅଷ୍ଟ୍ରେଲିଆର ପୁରୁଷ ଓ ମହିଳା କ୍ରିକେଟର। ସେମାନେ ନିଜ ଦେଶର ଲୋକଙ୍କୁ ଭାରତକୁ ସାହାଯ୍ୟ କରିବାକୁ ଅପିଲ କରିଛନ୍ତି। ୟୁନିସେଫ ଅଷ୍ଟ୍ରେଲିଆ ଦ୍ୱାରା ଟ୍ୱିଟରରେ ଏକ ୧ ମିନିଟର ଭିଡ଼ିଓ ସେୟାର କରି ଏଲନ ବର୍ଡର ଓ ଅନ୍ୟ ଖେଳାଳିମାନେ ଭାରତକୁ ବର୍ତ୍ତମାନର କଠିନ ସମୟରେ ସାହାଯ୍ୟ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ବର୍ଡରଙ୍କ ବ୍ୟତୀତ ପେଟ୍ କମିନ୍ସ, ଏଲେକ୍ସ ବ୍ଲାକବେଲ୍, ଜୋଶ ହେଜଲବୁଡ଼, ମିଶେଲ ଷ୍ଟାର୍କ, ମାଇକ୍ ହସି, ଷ୍ଟିଭେନ ସ୍ମିଥ, ମାର୍ନସ ଲାବୁଶେନ, ଏଲିସେ ପେରି, ମେଗ ଲେନିଙ୍ଗ ଓ ରେଚଲ ହେନ୍ସ ପ୍ରମୁଖ ସାମିଲ ଅଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଲୋକମାନେ ଅଷ୍ଟ୍ରେଲିଆ କ୍ରିକେଟ ଟିମର ଏହି ଅଭିନବ ପ୍ରୟାସକୁ ଭୁରି ଭୁରି ପ୍ରଶଂସା କରିଛନ୍ତି।

ଏହି କ୍ରିକେଟରମାନେ କହିଛନ୍ତି, ଭାରତରେ ପ୍ରତି ସେକେଣ୍ଡରେ କରୋନାର ୪ଟି ନୂଆ ମାମଲା ସାମ୍ନାକୁ ଆସୁଛି। ସେଠାରେ ପର୍ଯ୍ୟାପ୍ତ ଅକ୍ସିଜେନ୍ ନାହିଁ। ଏହି ମହାମାରୀର ସମୟ ବହୁତ କଠିନ। ଏଭଳି ସ୍ଥିତିରେ ଆମେ ଭାରତର ସାଥ୍ ଦେବା ଉଚିତ। ଆମେ ୟୁନିସେଫ ସମର୍ଥନରେ ଭାରତକୁ ନିଜ ସହଯୋଗ ଦେଉଛୁ। ୟୁନିସେଫ ଟିମ୍ ଗ୍ରାଉଣ୍ଡ ଜିରୋରେ ଲୋକଙ୍କୁ ସାହାଯ୍ୟ କରୁଛି ବୋଲି ସମସ୍ତେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.