ଭାରତୀୟ ଟିମ୍‌ର ପ୍ରଦର୍ଶନ ପାଇଁ ପୂର୍ବତନ କୋଚ ଗ୍ରେଗ ଚାପେଲଙ୍କ ପ୍ରଶଂସା, କହିଲେ ଏଥିରେ ରାହୁଲ ଦ୍ରାବିଡଙ୍କ ରହିଛି ବଡ ଭୂମିକା

ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ କ୍ରମାଗତ ଭାବରେ ଚମତ୍କାର ପ୍ରଦର୍ଶନ କରୁଛି । ଭାରତର ୟଙ୍ଗ ବ୍ରିଗେଡ୍‌ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ନାଁ କମାଇଛି । କିନ୍ତୁ ଏହା ପଛରେ ରହିଛି ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କ ବଡ ଭୂମିକା । ଏଭଳି ମନ୍ତବ୍ୟ ଦେଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ତଥା ଟିମ ଇଣ୍ଡିଆର ପୂର୍ବତନ କୋଚ ଗ୍ରେଗ ଚାପେଲ । ରାହୁଲ ଦ୍ରାବିଡଙ୍କୁ ପ୍ରଶଂସା କରି ଚାପେଲ କହିଛନ୍ତି ରାହୁଲ ଅଷ୍ଟ୍ରେଲୀୟ ଖେଳାଳିଙ୍କ ମସ୍ତିଷ୍କକୁ ଅନୁଧ୍ୟାନ କରି ଏକ ଘରୋଇ ଢାଞ୍ଚା ପ୍ରସ୍ତୁତ କରିଛନ୍ତି ।

ଯୁବ ଖେଳାଳିଙ୍କ ଏକ ଶ୍ରେଷ୍ଠ ସେନା ପ୍ରସ୍ତୁତ କରି ଭାରତୀୟ ଦଳକୁ ମଜବୁତ କରିଛନ୍ତି । ଏହି ପୂର୍ବତନ କ୍ରିକେଟର ଆଉ ମଧ୍ୟ କହିଛନ୍ତି, ଯୁବ ପ୍ରତିଭାକୁ ସ୍ୱୀକୃତି ଦେଇ ଉଭୟ ଭାରତ ଏବଂ ଇଂଲଣ୍ଡ, ଅଷ୍ଟ୍ରେଲିଆକୁ ପଛରେ ପକାଇଛନ୍ତି । ଏକ ସାକ୍ଷାତକାରରେ ଚାପେଲ ଅଷ୍ଟ୍ରେଲିଆକୁ ମଧ୍ୟ ଚେତେଇ ଦେଇଛନ୍ତି । ଦେଶରେ ଅନେକ ଯୁବ ପ୍ରତିଭାବାନ ଖେଳାଳି ଅଛନ୍ତି ଯେଉଁମାନେ ସୁଯୋଗ ଖୋଜୁଛନ୍ତି । ତାଙ୍କୁ ସୁଯୋଗ ଦେଇ ଅଷ୍ଟ୍ରେଲିଆ ଦଳର ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ । ଡ୍ରାବିଡ ଏବେ ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ୍‌ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି । ୨୦୧୬ ରୁ ୨୦୧୯ ପର୍ଯ୍ୟନ୍ତ ଭାରତ ଓ ଇଣ୍ଡିଆ ଅଣ୍ଡର -19 ଦଳର ମୁଖ୍ୟ କୋଚ ଥିଲେ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.