ଦାଦା ବଟି ମାଗିବା ଅଭିଯୋଗରେ ଦୁର୍ଦାନ୍ତ ଅପରାଧି ଶେଖ ବାବୁ ଗିରଫ

କଟକ: ଦାଦା ବଟି ମାଗିବା ଅଭିଯୋଗରେ ଦୁର୍ଦାନ୍ତ ଅପରାଧି ଶେଖ ବାବୁ ଗିରଫ। ଜଣେ ବ୍ୟବସାୟୀଙ୍କୁ ୧୦ ଲକ୍ଷ ଟଙ୍କା ଦାଦା ବଟି ମାଗିଥିଲା ଶେଖ ବାବୁ। ତେବେ କଟକରେ ଗତ ୨୯ ତାରିଖରେ ବାବୁକୁ ଏନକାଉଣ୍ଟର କରିଥିଲା ପୋଲିସ। ବାବୁର ବାମ ଗୋଡ଼ରେ ବାଜିଥିଲା ଗୁଳି। ଏସସିବିରୁ ସୁସ୍ଥ ହେବା ପରେ ଆଜି ହୋଇଛି କୋର୍ଟ ଚାଲାଣ।

ଦରଘା ବଜାର ଥାନା ପୋଲିସ ଓ ସ୍ପେଶାଲ ସ୍ଵାଡ଼ କରିଥିଲା ଏନକାଉଣ୍ଟର । ଗ୍ୟାଙ୍ଗଷ୍ଟର ସକିଲର ସହଯୋଗୀ ହେଉଛି ବାବୁ । ଚନ୍ଦକାରୁ ବାରଙ୍ଗ ଆଡ଼କୁ ଆସୁଥିବା ବେଳେ ହୋଇଥିଲା ଏନକାଉଣ୍ଟର। ଶେଖ ବାବୁ ନାଁ ରେ ବିଭିନ୍ନ ଥାନାରେ ରହିଛି ୨୧ଟି ଅପରାଧିକ ମାମଲା।

You might also like