ତୁଟିଲା ବିବାଦ : ଆଜିଠୁ ଖୋଲିବ ମାର୍କେଟ୍‌ ବିଲ୍ଡିଂ

ତୁଟିଲା ବିଏମସି ଓ ସେଣ୍ଟ୍ରାଲ ମାର୍କେଟ ସଙ୍ଘ ବିବାଦ । ୧୮ ଦିନ ବନ୍ଦ ରହିବା ପରେ ଆଜିଠୁ ଖୋଲିବ ଭୁବନେଶ୍ୱର ମାର୍କେଟ ବିଲଡିଂ । ଉଠା ଦୋକାନୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ନେଇ ବିଏମସିର ସମ୍ମତି ପରେ ସ୍ଥାୟୀ ବ୍ୟବସାୟୀମାନେ ଦୋକାନ ଖୋଲିବାକୁ ରାଜି ହୋଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ତୁଟିଲା ବିଏମସି ଓ ସେଣ୍ଟ୍ରାଲ ମାର୍କେଟ ସଙ୍ଘ ବିବାଦ । ୧୮ ଦିନ ବନ୍ଦ ରହିବା ପରେ ଆଜିଠୁ ଖୋଲିବ ଭୁବନେଶ୍ୱର ମାର୍କେଟ ବିଲଡିଂ । ଉଠା ଦୋକାନୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ନେଇ ବିଏମସିର ସମ୍ମତି ପରେ ସ୍ଥାୟୀ ବ୍ୟବସାୟୀମାନେ ଦୋକାନ ଖୋଲିବାକୁ ରାଜି ହୋଇଛନ୍ତି । ବିଏମସି ସହ ଚୁକ୍ତିନାମା ପରେ ଆଜି ୧୧ ଟା ପରେ ଖୋଲିବ ମାର୍କେଟ ବିଲଡିଂ। ଉଠା ଦୋକାନୀଙ୍କୁ ହଟାଇବା ଦାବିରେ ୧୮ ଦିନ ଧରି ବନ୍ଦ ଥିଲା ମାର୍କେଟ ବିଲଡିଂ।

ସୂଚନା ଅନୁସାରେ କିଛି ଦିନ ତଳେ ଉଠା ଦୋକାନୀ ଓ ବ୍ୟବସାୟୀ ସଂଘ ମଧ୍ୟରେ ବିବାଦ ପରେ ମାର୍କେଟ ବିଲ୍ଡିଂ ଗତ ୧୮ ଦିନ ହେବ ବନ୍ଦ ରହିଥିଲା। ମାର୍କେଟ ବିଲ୍ଡିଂ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘର ଘୋଷଣା କରିଥିଲା। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଦୋକାନ ବନ୍ଦ ରଖିବାକୁ ସେଣ୍ଟ୍ରାଲ ମାର୍କେଟ ସଙ୍ଘ ନିଷ୍ପତ୍ତି ନେଇଥିଲା । ତେବେ ଉଠା ଦୋକାନୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ନେଇ ବିଏମସି ସମ୍ମତି ପରେ ସେଣ୍ଟ୍ରାଲ ମାର୍କେଟ ସଙ୍ଘ ଦୋକାନ ଖୋଲିବାକୁ ରାଜି ହୋଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.