ଏକଲବ୍ୟ ମେଡାଲ ସ୍କୁଲରେ ଖାଲିପଡିଛି ୪୦୬୨ ପଦବୀ, ଜାଣନ୍ତୁ କେଉଁଠି ଓ କେମିତି କରିବେ ଆବେଦନ

ମିନିଷ୍ଟ୍ରି ଅଫ ଟ୍ରାଇବଲ ଆଫେୟର୍ସ ପକ୍ଷରୁ ଏକଲବ୍ୟ ମେଡାଲ ସ୍କୁଲରେ ବମ୍ପର ଭର୍ତ୍ତି । ୪ ହଜାରରୁ ଊର୍ଦ୍ଧ୍ୱ ପଦବୀ ପାଇଁ ତୁରନ୍ତ କରନ୍ତୁ ଆବେଦନ । ବଢିଲା ଆବେଦନ କରିବାର ତାରିଖ ।

ଏକଲବ୍ୟ ମେଡାଲ ସ୍କୁଲରେ ଖାଲିପଡିଥିବା ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଏଠାରେ ୪ ହଜାର ପଦବୀ ପାଇଁ ଆବେଦନ ତାରିଖ ୩୧ ଜୁଲାଇ ରହିଥିଲା, ଯାହା ଏବେ ବଢି ୧୮ ଅଗଷ୍ଟ ୨୦୨୩ ହୋଇଛି । ଯେଉଁମାନେ ଆବେଦନ କରିନାହାନ୍ତି, ସେମାନେ ତୁରନ୍ତ ଆବେଦନ କରିପାରିବେ । ମିନିଷ୍ଟ୍ରି ଅଫ ଟ୍ରାଇବଲ ଆଫେୟର୍ସ ପକ୍ଷରୁ ଆବେଦନ କରିବାର ତାରିଖ ବୃଦ୍ଧି କରାଯାଇଛି ।

ପଦବୀ ବିବରଣୀ : ୪୦୬୨

ପ୍ରିନ୍ସିପାଲ : ୩୦୩
ପୋଷ୍ଟ ଗ୍ରାଜୁଏଟ ଟିଚର୍ସ : ୨୨୬୬
ଆକାଉଣ୍ଟାଣ୍ଟ : ୩୬୧
ଜିଏସଏ : ୭୫୯
ଲ୍ୟାବ ଆସିଷ୍ଟାଣ୍ଟ : ୩୭୩

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବା ପାଇଁ ଶିକ୍ଷାଗତ ଯୋଗ୍ୟତା ଠାରୁ ବୟସ ସୀମା ସବୁକିଛି ଭିନ୍ନ ଭିନ୍ନ ରହିଛି । ଏହା ବିଷୟରେ ଅଧିକ ଜାଣିବା ପାଇଁ ନୋଟିଫିକେସନ ଭଲ ଭାବେ ପଢନ୍ତୁ ।

କେମିତି କରିବେ ଅବେଦନ :

ଆବେଦନ କରିବା ପାଇଁ ପ୍ରଥମେ ଅଫିସିଆଲ ୱେବସାଇଟ୍‌ emrs.tribal.gov.in କୁ ଯାଆନ୍ତୁ ।
ହୋମ ପେଜରେ ରିକ୍ରୁଟମେଣ୍ଟ ଟାବ୍‌ରେ କ୍ଲିକ୍‌ କରନ୍ତୁ ।
ଏହା ପରେ ପେଜରେPrincipal/PGT/Non-Teaching Staff କିମ୍ବା ଯେଉଁଥିରେ ଆପଣ ଆବେଦନ କରିବାକୁ ଚାହୁଁଛନ୍ତି, ତା’ ଉପରେ କ୍ଲିକ୍‌ କରନ୍ତୁ ।
ଏହା ପରେ ରେଜିଷ୍ଟ୍ରର କରନ୍ତୁ ଏବଂ ଆବେଦନ ଫର୍ମ ଭରନ୍ତୁ ।
ଏହାପରେ ଆବେଦନ ଶୁଳ୍କ ଜମା କରନ୍ତୁ । ଫର୍ମ ସବମିଟ୍‌ କରି ପ୍ରିଣ୍ଟ ଆଉଟ କାଢନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ ;

https://emrs.tribal.gov.in/site/Information-Bulletin.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.