ଆଜିଠୁ କମିବ ବର୍ଷାର ପରିମାଣ: ଝାଡଖଣ୍ଡ ମୁହାଁ ହେବ ଦୁର୍ବଳ ଅବପାତ

ଆଜିଠୁ ବର୍ଷା ପରିମାଣ କମିବ । ବଙ୍ଗୋପସାରରରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି । ୧୨ ଘଣ୍ଟା ମଧ୍ୟରେ ଏହା ୱେଲମାର୍କ ଲୋ ପ୍ରେସରର ରୂପ ନେବ।

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ବର୍ଷା ପରିମାଣ କମିବ । ବଙ୍ଗୋପସାରରରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି । ୧୨ ଘଣ୍ଟା ମଧ୍ୟରେ ଏହା ୱେଲମାର୍କ ଲୋ ପ୍ରେସରର ରୂପ ନେବ। ବର୍ତ୍ତମାନ ଏହା ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ସକ୍ରିୟ ରହିଛି । ଘଣ୍ଟାପ୍ରତି ୧୯ କିଲୋମିଟର ବେଗରେ ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ପରେ ଏହା ଦୁର୍ବଳ ହୋଇ ଧୀରେ ଧୀରେ ଝାଡଖଣ୍ଡ ମୁହାଁ ହେବାକୁ ଥିବା ବେଳେ ଏହାର ପ୍ରଭାବରେ ଝାଡଖଣ୍ଡ ଓ ଛତିଶଗଡରେ ବର୍ଷାର ପାରିମାଣ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ଗୁରୁବାରଠାରୁ ରାଜ୍ୟରେ ବର୍ଷାର ପ୍ରକୋପ ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି। କେବଳ ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରୀ କରାଯାଇଛି। ଶୁକ୍ରବାରଠାରୁ କୌଣସି ଜିଲ୍ଲା ପାଇଁ ଆଲର୍ଟ ଜାରୀ କରାଯାଇ ନ ଥିବା ବେଳେ ସବୁ ଜିଲ୍ଲାରୁ ବର୍ଷା ଚେତାବନୀ ହଟାଇ ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.